ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ପାଳିତ

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ପାଳିତ,ଶିଷ୍ୟ ଗୁରୁଙ୍କ ସମକକ୍ଷ ହୋଇ ପାରିବେ ନାହିଁ : ମାନ୍ୟବର ମନ୍ତ୍ରୀଛତ୍ରପୁର:-୦୫/୦୯ ( ଛତ୍ରପୁର ଷ୍ଟାଡିୟମ୍ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇଥିଲେଯେ, ଜଣେ ଶିଷ୍ୟ ଯେତେ ଉଚ୍ଚ ସ୍ଥାନରେ ଥାଆନ୍ତୁ ନା କାହିଁକି କେବେ ମଧ୍ୟ ଗୁରୁଙ୍କ ସମକକ୍ଷ ହୋଇ ପାରିବେ ନାହିଁ । ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଦିବସ ଗୁରୁ ଦିବସ, ଶିକ୍ଷକ ଗଣ ଶିଷ୍ୟଙ୍କୁ ଅନ୍ଧାରରୁ ଆଲୋକ ଆଡକୁ ନେଇ ଥାଆନ୍ତି , ତେଣୁ ସବୁ ସମୟରେ ଗୁରୁଜନ ଆମ୍ଭ ମାନଙ୍କର ନମସ୍ୟ । ବିଦ୍ୟାର୍ଥୀଗଣ ମଧ୍ୟ ନିଜ ଲକ୍ଷଣରେ ଉଚିତ ପରିବର୍ତ୍ତନ ଆଣି ଦେଶ ଗଠନରେ ବ୍ରତୀ ହେବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଯୋଗ ଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଆଜି ପ୍ରତ୍ୟକ ବ୍ୟକ୍ତି ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଥାଆନ୍ତୁ ନା କାହିଁକି ତାହା ଗୁରୁଙ୍କ ଉପଯୁକ୍ତ ଶିକ୍ଷା ଯୋଗୁଁ ସମ୍ଭବ ହୋଇଥିବା ଅଧ୍ଯକ୍ଷା ଶ୍ରୀମତୀ ସ୍ବାଇଁ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦିଗରେ ଯାହା ସବୁ କାର୍ଯ୍ୟ ଚାଲିଛି ସେଗୁଡିକ ଆଗକୁ ନିଆ ଯାଉଥିବା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ, ରାଜେଶ କୁମାର ପ୍ରଧାନ, ଡି.ଆଇ.ଇ.ଟି. ଅଧ୍ଯକ୍ଷ ଡଃ ସନ୍ତୋଷ କୁମାର ପରିଡା ମଞ୍ଚାସୀନ ଥିଲେ । ଜିଲ୍ଲାର ସମସ୍ତ ୨୨ ଗୋଟି ବ୍ଲକ୍ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୨୦୨4 ମସିହାରେ ଜିଲ୍ଲାରୁ (ଟପ୍ପର) ଉଚ୍ଚ ସ୍ଥାନରେ ଥିବା ୨୦୨ ଜଣ ବ୍ଲକ୍ ସ୍ତରରେ ଟପ୍ପର ହୋଇଥିବା ୨୧୬୯ ଜଣ ଓଡିଆ ଭାଷାବୃତ୍ତି ୪୭ ଜଣ ଟପ୍ପରଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ୧୧୩ ଜଣ ଛାତ୍ରଛାତ୍ରୀଙ୍କୁ ମେରିଟ୍ ତଥା ସ୍କଲାରସିପ୍ ପ୍ରଦାନ କରାଯାଇଥିଲା । ଏହିଭଳି ସମୁଦାୟ ୨୬୦୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ରାଜ୍ୟ ସ୍ତରୀୟ ବିଦ୍ୟାର୍ଥୀ ସମାରୋହରେ ଜିଲ୍ଲାର ୨୬ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ପ୍ରେରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *