ବୁଗୁଡ଼ାରେ ଗୁରୁ ଦିବସ ପାଳିତ

ବ୍ରହ୍ମପୁର :-୦୫/୦୯ (ବୁଗୁଡା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବଳଦେବ ମନ୍ଦିର କଲ୍ଯାଣୀ ମଣ୍ଡପଠାରେ ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ ପୌରହିତ୍ଯରେ ଗୁରୁ ଦିବସ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷକ ପିତାମ୍ବର ଗୌଡ ଯୋଗ ଦେଇଥିଲେ । ଏ ଅବସରରେ ସବିତା ରାଣୀ ନନ୍ଦ, ରଞ୍ଜୁଲତା ଦାଶ, ପ୍ରଫୁଲ କୁମାର ଜେନା, ଗନ୍ଧର୍ବ ଗୌଡ, ଲୋକନାଥ ବେହେରା, ନଗେନ୍ଦ୍ର ଷଡଙ୍ଗି ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଶେଷରେ ଶିକ୍ଷକ ପିତବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଗୁରୁ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ କର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟପକ୍ଷରେ ବୁଗୁଡା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ଶିକ୍ଷକ ଭବନ ପରିସରରେ ସଭାପତି ବିଶ୍ବମୋହନ ମିଶ୍ରଙ୍କ ପୌରହିତ୍ୟରେ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ନିୟୁ ଏରା ପବ୍ଲିକ ସ୍କୁଲରେ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡଙ୍କ ସଭାପତିତ୍ବରେ ଗୁରୁ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ପିପୁଲ୍ସ କଲେଜର ବିଭିନ୍ନ ବିଭାଗରେ ପୃଥକ୍ ପୃଥକ୍ ଭାବେ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଶିକ୍ଷଣ କେନ୍ଦ୍ରରେ ମଧ୍ୟ ପବିତ୍ର ଗୁରୁଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *