ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଭାର ଉତୋଳନ ପ୍ରତିଯୋଗିତା ଉଦଯାପିତ
ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଭାର ଉତୋଳନ ପ୍ରତିଯୋଗିତା ଉଦଯାପିତ କବିସୂର୍ଯ୍ୟନଗର ସ୍ଥିତ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଓଡିଶା ଭାର ଉତୋଳନ ସଂଗଠନ ନିର୍ଦେଶ କ୍ରମେ “ଅଣ୍ଡର ନାଇଟିନ” ଭାର ଉତୋଳନ ଦୁଇ ଦିନିଆ ପ୍ରତିଯୋଗିତା କବିସୂର୍ଯ୍ୟନଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ବିଭିନ୍ନ କଲେଜ ରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏହାର ଶୁଭ ଉଦଘାଟନ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ କରିଥିଲେ l ଦୀପ ପ୍ରଜ୍ଜଳନ ଓ ରିବନ କାଟିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ପ୍ରଥମେ ବିଧାୟକ ନିଜେ ଭାରଉତୋଳନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ l ଏହାକୁ ପରିଚାଳନା ଦାୟିତ୍ୱ ଅଫିସର ନେଇଥିଲେ l ସେମାନଙ୍କ ମଧ୍ୟରେ ଗାଗlରିନ ନାୟକ, ସୁଧୀର କୁମାର ପାତ୍ର, କୋରା ଦାସ, ବଖlରୀ ମହମ୍ମଦ, ଦାମିନୀ କୁମାରୀ ସାହୁ, ସଂଯୁକ୍ତା ସାହୁ,ବାବୁ ଗୌଡ଼ ପ୍ରମୁଖ l55କେଜି ଭାର ଉତୋଳନରେ ବ୍ରାହ୍ମପୁରର ପ୍ରଥମ ନରୋତ୍ତମ ବlଡ଼ତ୍ୟା, ଦ୍ଵିତୀୟ ସିପୁନ ମଡ଼କମ ଓ ତୃତୀୟ କେ. ତେଜେଶ୍ୱର ରାଓ,61 କେଜିରେ ବ୍ରହ୍ମପୁର ର ପ୍ରଥମ ସୋମନାଥ ପରତୋଷ, 67କେଜି ରେ ପ୍ରଥମ ବ୍ରହ୍ମପୁରର ଧୋନି କୁମାର ସାହୁ, 73 କେଜିରେ ବ୍ରହ୍ମପୁରର ରୁଦ୍ରନାରାୟଣ ବେହେରା,81 କେଜିରେ ଡେକାନ କଲେଜର ଆୟୁଷମାନ ସାହୁ, 89 କେଜିରେ ବିନାୟକ କଲେଜର ରାଜ କୁମାର ବେହେରା, 96 କେଜିରେ ସିଟି କଲେଜର ବଳରାମ ସେନାପତି, 102 କେଜିରେ ବିନାୟକ କଲେଜର ଶିବ ପ୍ରସାଦ ଦାସ ଓ 109 କେଜିରେ ବିନାୟକ କଲେଜର ପିୟୁଷ ପଟ୍ଟନାୟକ ଶୀର୍ଷ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରରେ ସଂମାନିତ ହୋଇଛନ୍ତି l ଏହାକୁ କବିସୂର୍ଯ୍ୟନଗର କବିସୂର୍ଯ୍ୟ ବଳଦେବ ବିଜ୍ଞାନ କଲେଜର ଅଧ୍ୟକ୍ଷ କେ. ପୁରୁଷୋତମ ସଂଚାଳନ କରିଥିଲେ ଓ ଷ୍ଟାଫ ଏବଂ ଅନ୍ୟାନ୍ୟ ସହଯୋଗ କରିଥିଲେ
