ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ବୈଠକ
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ବୈଠକ ରେ ଜଗନ୍ନାଥଧାମ ପୁରୀ ରେ ଜୁନ୍ ନଅ ତାରିଖ ରେ ପରବର୍ତ୍ତୀ ବୈଠକ ପାଇଁ ନିଷ୍ପତି ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ବୈଠକ ରାଜ୍ୟ ଫୋରମ୍ ସଭାପତି ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ମଇମାସ କୋଡ଼ିଏ ତାରିଖ ରାତ୍ର ଆଠ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ସର୍ବପ୍ରଥମେ ଓଡ଼ିଶା ର ଆରାଧ୍ୟା ଦେବତା ପ୍ରଭୁ ଜଗନ୍ନାଥଙ୍କର ଶ୍ରୀ ଚରଣ ରେ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରାଯାଇ ବୈଠକ ଆରମ୍ଭ ହୋଇଥଲା। ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ସଦସ୍ୟ ତଥା ସେମାନଙ୍କ ର ପରିବାର ବର୍ଗଙ୍କ ଙ୍କ ଉପସ୍ଥିତି ରେ ପ୍ରଭୁ ଜଗନ୍ନାଥଙ୍କ କୃପା ଲାଭ କରାଯାଇ ଆଗାମୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ପ୍ରତିବର୍ଷ ଭଳି ସାଧାରଣ ବୈଠକ ଚଳିତ ବର୍ଷ ପୁରୁଣା ବୈଠକ ନିଷ୍ପତି ଅନୁଯାୟୀ ପୁରୀରେ ହେବାକୁ ଥିବାରୁ ପୁରୀର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ଉକ୍ତ ବୈଠକରେ ଫୋରମ୍ ର ଉପଦେଷ୍ଟା,ପୁରୀ , କଟକ ର ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଓପେପା ର ଉପ ନିର୍ଦ୍ଦେଶକ, କେନ୍ଦ୍ର ର ଉପ ସଭାପତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ନିଷ୍ପତି ନିଆଯାଇଥିଲା। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜୀବନାବଳୀ କୁ ନେଇ ତଥ୍ୟ ପ୍ରଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରଥମ ପୁସ୍ତକ ପ୍ରସ୍ତୁତ ପାଇଁ ଏକ ସମ୍ପାଦନା ମଣ୍ଡଳୀ ପ୍ରସ୍ତୁତ କରାଯାଇଥିଲା।ପୂର୍ବ ବୈଠକ ପାଠ କରାଯାଇ ଅନୁମୋଦିତ କରାଯାଇଥିଲା। ବୈଠକରେ ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ , କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀ ଦେବୀ , ଉପସଭାପତି ଦୁଃଖ ବନ୍ଧୁ ସାହୁ, ରାଧା ଶ୍ୟାମ ପଣ୍ଡା, ସମ୍ପାଦକ ମନୋଜ ମଞ୍ଜରୀ ଲେଙ୍କା ,ଉଭେଣ୍ଟମେଣ୍ଟ ପ୍ରମୁଖ ସଞ୍ଜୁବାଳା ମିଶ୍ର,, ଡଃ ପ୍ରଦୀପ କୁମାର ମିଶ୍ର, ସୈାଭାଗ୍ୟ କୁମାର ପଟେଲ, ବୈଲୋଚନ ସାହୁ, ପବିତ୍ର ମୋହନ ଦାସ, ସ୍ବର୍ଣ୍ଣ ଲତା ତ୍ରିପାଠୀ, ଜ୍ୟୋତିର୍ମୟୀ ନାଥ, ମିନତି ପଟ୍ଟନାୟକ,ନିଳିମା କୁମାରୀ ସାହୁ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ସାଙ୍ଗ କରାଯାଇଥିଲା।
