ବିଦ୍ୟୁତ ସେବାରେ ଅନିୟମିତତା ନେଇ ରାସ୍ତାରୋକ

ବିଦ୍ୟୁତ ସେବାରେ ଅନିୟମିତତା ନେଇ ରାସ୍ତା ରୋକ, ସୁରଙ୍ଗୀ କାର୍ଯ୍ୟାଳୟରେ ତାଲା ପକେଇଲେ ଗ୍ରାମବାସୀଗଞ୍ଜାମ ଜିଲ୍ଳା TPSODL ସୁରଙ୍ଗୀ ସେକ୍ସନ ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ବିଦ୍ୟୁତ ସେବାର ଅନିୟମିତତାକୁ ନେଇ ତାଳପଡ଼ା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ସମସ୍ୟା ଓ ଅଭିଯୋଗ ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଆଜି ଗ୍ରାମବାସୀ ରାସ୍ତା ରୋକ ଆନ୍ଦୋଳନ ସହ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ପୋଲିସ,SDO, JE ଏବଂ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ପ୍ରତିଶୃତି ପରେ ଗ୍ରାମବାସୀ ଧାରଣା ରୁ ହଟିଥିଲେ।

Leave a Reply

Your email address will not be published. Required fields are marked *