ଧରାକୋଟ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ
ଧରାକୋଟ :-୧୭/୦୯ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ୭୪ ତମ ଜନ୍ମତିଥି ପାଳନ ଅବସରରେ ଧରାକୋଟ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବି ଡି ଓ ଡେନିସ ବେହେରାଙ୍କ ପୌରୋହିତ୍ୟରେ ଓ ଏ ବି ଡି ଓ ସୁଶିଲ ପଟ୍ଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଘୁମୁସର ଜିଲ୍ଲା ବି ଜେ ପି ସଭାପତି ବିଜୟ କୁମାର ସ୍ବାଇଁ,ସମ୍ମାନିତ ଅତିଥି ଭାବରେ ଓ ବି ସି ମୋର୍ଚ୍ଚା ଘୁମୁସର ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ଗଦାଧର ସ୍ୱାଇଁ,ଧରାକୋଟ ମଣ୍ଡଳ ସଭାପତି ୟୁ ପାପା ରାଓ, ମୁନା ପ୍ରଧାନ,ମିଥୁନ ପ୍ରଧାନ, ବୁଧି ନାୟକ, ଆଷାଢୁ ରଇତ,ଗଗନ ବିହାରୀ ସ୍ୱାଇଁ, ପ୍ରଭାକର ପ୍ରଧାନ,ମାନସ ରଞ୍ଜନ ନାୟକ, ଦେବାଶିଷ ପ୍ରମୁଖ ଉପସ୍ଥିତ ରହିଥିଲେ। ମହିଳା ସଶକ୍ତି କରଣ,ଆର୍ଥିକ,ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ସୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି । ପ୍ରତିବର୍ଷ ଯୋଗ୍ୟ ବିବେଚିତ ମହିଳା ମାନଙ୍କୁ ସରକାର ଦଶ ହଜାର ଟଙ୍କା ଲେଖାଏଁ ପ୍ରଦାନ ପାଇଁ ନିଷ୍ପତି ନେଇଥିବା କଥା ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ବିଜୟ ସ୍ୱାଇଁ ଉପସ୍ଥିତ ମହିଳା ମାନଙ୍କୁ ସ୍ବଚ୍ଛତା ପାଇଁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମକୁ ସି ଡି ପି ଓ ସୁନିଲ ପ୍ରଭା ରଥ ପରିଚାଳନା କରିଥିବା ବେଳେ ଅତିରିକ୍ତ ତହସିଲଦାର ଗଣେଷ ଦଳାଇ ଉପସ୍ଥିତ ରହିଥିଲେ।ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ଓ ବିଭାଗୀୟ ମୁଖ୍ୟ ଅଧିକାରୀ ସତ୍ୟ ନାରାୟଣ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।
