ଧର୍ମଶାଳା ବ୍ଳକରେ ସୁଭଦ୍ରା ଯୋଜନା କାର୍ଯ୍ୟକର୍ମ ଅନୁଷ୍ଠିତ

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଓଡିଶାରରେ ସୁଭଦ୍ରା ଯୋଜନାର ଶୁଭଆରମ୍ଭ ହୋଇଛି l ଭୁବନେଶ୍ଵରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭଆରମ୍ଭ କରିଛନ୍ତି l ଆଜି ମା ମାନଙ୍କ ଜମା ଖାତାରେ ୫ହଜାର ଟଙ୍କା ଆସିଛି l ନିର୍ବାଚନ ସମୟରେ ମା ମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ ବିଜେପି ପ୍ରତିଶୃତି ଦେଇଥିଲା l ବିଜେପି ସରକାର କୁ ଆସିବ ପରେ ଏହି ଯୋଜନାର ଆଜି ଶୁଭାରମ୍ଭ ହୋଇଛି l

ଆଜି ମହିଳାମାନଙ୍କ ଖାତାକୁ ୫ ହଜାର ଲେଖାଏଁ ଶୁଭଦ୍ରା ଯୋଜନା ଟଙ୍କା ଆସିଛି l ଏଥି ସହିତ ଧର୍ମଶାଳା ବ୍ଲକରେ ଆଜି ୧୭ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଓ ୨୦ ଜନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କାଘରରେ ଗୃହ ପ୍ରବେଶ କରାଯାଇଛି l ତେବେ ଶୁଭଦ୍ରା ଯୋଜନାରେ ଆଜି ଟଙ୍କା ପାଇ ମା ମାନେ ବେଶ ଖୁସିପ୍ରକଟ କରିଛନ୍ତି l

Leave a Reply

Your email address will not be published. Required fields are marked *