ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା । ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ମାଗଣା ଶିକ୍ଷା କୋଣାର୍କ – ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ରବିବାର ଅପରାହ୍ନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । କୋଣାର୍କ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା କୋଚିଂର ଶିକ୍ଷାଦାନ କରି ଆଦର୍ଶ ଶିକ୍ଷକ ଭାବେ ଅଭିଭାବକଙ୍କ ଗ୍ରହଣରେ ସମ୍ବର୍ଦ୍ଧନାର ପାତ୍ର ପାଲଟିଛନ୍ତି ତେଜସ୍ଵୀ ମାହାନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ

, ସିଆରସିସି କୃଷ୍ଣଚନ୍ଦ୍ର ବଳବନ୍ତରାୟ , ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମ କୃଷ୍ଣ ମହାନ୍ତି , କୋଣାର୍କ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଅରୁଣା ମହାପାତ୍ର , କୋଣାର୍କ ଗୁରୁ ଗଙ୍ଗାଧର ନାଟ୍ୟ ମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସମସ୍ତ ବାର୍ତ୍ତା ଛିଞ୍ଚନ କରିଥିଲେ ।ବରିଷ୍ଟ ଶିକ୍ଷକ ଭାବେ ତେଜସ୍ୱିଙ୍କୁ ସାମସଫ୍ଟ ଶିକ୍ଷା ଅନୁଷ୍ଠାନ ପୁରୀ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ୱାଦିକ ପ୍ରମୋଦ ଗୋଛୟତ ମଞ୍ଚ ପରିଚାଳନା କରିଥିବା ବେଳେ ଅଭିଭାବକ ବିଶ୍ୱାସ ଦେବ ମହାପାତ୍ର ଓ ଛତ୍ରପତି ଶିବାଜୀ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ତୁଲାଇ ଥିଲେ । ଅନ୍ୟ ପକ୍ଷରେ ଶିକ୍ଷାଦାନ କରୁଥିବା ଛାତ୍ର ଛାତ୍ରୀ ମାନେ ଓ ଅଭିଭାବକ ମାନେ ଖୁସି ହୋଇ ମଞ୍ଚରେ ତେଜସ୍ଵୀ ଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥଲେ ।
