କୁମ୍ଭାରପଡାରେ ପାନୀୟ ଜଳ , ବିଦ୍ୟୁତ୍ ତାର ଓ ଅସାମାଜିକ ଯୁବକଙ୍କ ଭୟ, ସୁରକ୍ଷା ପାଇଁ ପ୍ରଶାସନର ହସ୍ତ କ୍ଷପ ଜରୁରୀ ।

କୁମ୍ଭାରପଡାରେ ପାନୀୟ ଜଳ , ବିଦ୍ୟୁତ୍ ତାର ଓ ଅସାମାଜିକ ଯୁବକଙ୍କ ଭୟ, ସୁରକ୍ଷା ପାଇଁ ପ୍ରଶାସନର ହସ୍ତ କ୍ଷପ ଜରୁରୀ ।ଫୁଲବାଣୀ ମ୍ୟୁନିସିପାଲିଟିର ୱାର୍ଡ ନଂ ୧୦ ଅଧୀନସ୍ଥ କୁମ୍ଭାରପଡାରେ ଗୁରୁତର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୧୫୦ରୁ ଅଧିକ ପରିବାର ମାତ୍ର ଗୋଟିଏ ବୋରଓଏଲ୍‌ ଉପରେ ନିର୍ଭର କରୁଥିବାରୁ ତଲସାହି, ମଝିସାହି ଓ ଉପର ସାହିକୁ ସଠିକ ଭାବେ ପାଣି ଯୋଗାଣ ହେଉନାହିଁ।ବୈକୁମ୍ପା ସାହିର ଲୋକମାନେ ପ୍ରତିଦିନ ପ୍ରାୟ ୪୦୦ ମିଟର ଦୂରରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି । କାରଣସେଠାରେ ସିଧାସଳଖ ଜଳର ଅସୁବିଧା ରହିଅଛି । ଗୋଟିଏ ମାତ୍ର ଥିବା ନଳ କୂଅ ତାହା ଅଚଳ ହୋଇ ପଡ଼ିଛି । ସେହି କାରଣରୁ ଲୋକେ ଲୋକଙ୍କୁ ୪୦୦ ମିଟର ଦୂର କୁ ପାଣି ଆଣିବାକୁ ପଡୁଛି । ଏହା ସହିତ ରାସ୍ତା ଉପରେ ଭାଙ୍ଗି ପଡିଥିବା ବିଦ୍ୟୁତ ତାର ଲୋକମାନଙ୍କ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି । ଯେକୌଣସି ସମୟରେ ଅଘଟାଣା ଘଟିପାରେ। ତାହା କହି ହେବ ନାହିଁ ।କୁମ୍ଭାରପଡା ନାଳନିକଟରେ କେତେକ ଅସାମାଜିକ ଲୋକମାନେ ମଦ୍ୟପାନ କରି ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବାରୁ ସ୍ଥାନୀୟଲୋକମାନେ,ଭୟତ ହେଉଛନ୍ତି। ବିଶେଷକରି ମହିଳା ଓ ଶିଶୁମାନେ, ଅସୁରକ୍ଷିତ ଅନୁଭବ କରୁଛନ୍ତି।ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ, ପୋଲିସ, ମ୍ୟୁନିସିପାଲିଟି ଓ ପିଏଚଇଡି କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *