ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଳାକାର ସଂଘ ।

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଏବଂ ଅନ୍ୟାନ୍ୟ କେତୋଟି ସଂଘର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରସ୍ତୁତି ବୈଠକରେ ଜଣାଯାଇଛି । ସୂଚନାରୁ ପ୍ରକାଶ ଯେ ଗତ ଦୁଇବର୍ଷ ଧରି କରୋନା ପ୍ରାଦୁର୍ଭାବରେ କଳାକାରଙ୍କ ଜୀବନ ଦୁର୍ବିସହ ହୋଇଯାଇଥିବା ବେଳେ ସରକାରଙ୍କ ଉଦାସୀନତା ଯୋଗୁଁ କ୍ଷୋଭ ପ୍ରକାଶ କରିଥିବା ସହ ଭତ୍ତା ବାବଦକୁ ଦିଆଯାଉଥିବା ୧୨ଶହ ଟଙ୍କାକୁ ୩ହଜାର ଟଙ୍କାକୁ ବୃଦ୍ଧି,ମୁଖ୍ୟମନ୍ତ୍ରୀ କଳାକାର ଯୋଜନାକୁ ସଂସ୍କୃତି ବିଭାଗ ସହ ଯୋଡିବା,ଆମ ମଞ୍ଚ ଆମକୁ ଫେରାଇବା ଭଳି ବିଭିନ୍ନ ଦାବି ନେଇ ଆସନ୍ତା ଅଗଷ୍ଟ ମାସ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଦେବା ନେଇ ପେଷାଦାର କଳାକାର,ଶବ୍ଦାଲୋକ ଓ ଚିତ୍ରାଳୟରେ କର୍ମଜିବୀମାନଙ୍କୁ ସରକାର ଅବହେଳା କଲେ ଆଗାମୀ ଦିନରେ ରାଜ୍ୟର “ସବୁ କଳାକାର ଏକ ପରିବାର” ହୋଇ ଆନ୍ଦୋଳନ ତୀବ୍ରତର ହେବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ସଂଘର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ (ରୋଶନ)ପ୍ରକାଶ କରିଥିଲେ ।

ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *