ବିଦ୍ଯୁତ ଶୁକ୍ଳ ବୃଦ୍ଧି ଯୋଗୁଁ ଭାରତୀୟ ଜନତା ଦଳ ବିଦ୍ଯୁତ ଅଧିକାରୀଙ୍କୁ ଦାବୀପତ୍ର ।
ଭଦ୍ରକ – ୨୩/୭:- ବିଦ୍ୟୁତ ଦର ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଦାବୀ ଜୋର ଧରିଛି । କ୍ରମାଗତ ଭାବେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଦ୍ୱାରା ଜନସାଧାରଣଙ୍କ ଆର୍ଥୀକ ମେରୁଦଣ୍ଡକୁ ରାଜ୍ୟ ସରକାର ଦୋହାଲାଇ ଦେଉଥିବା ପ୍ରତିବାଦରେ ଭାରତୀୟ ଜନତା ଦଳ ପକ୍ଷରୁ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ ଓ ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ସରକାର ବିଦ୍ୟତ୍ ବିତରଣ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନୀଙ୍କୁ ନିୟୋଜିତ କରିଆସୁଛନ୍ତି । ଏବେ ଟାଟା କମ୍ପାନୀକୁ ଦାଇତ୍ୱ ଦିଆଯାଇଛି । ମାତ୍ର ବିଦ୍ୟୁତ ବିତରଣ କ୍ଷେତ୍ରରେ ହେଉଥିବା ସମସ୍ତ କ୍ଷତିକୁ ଭରଣା କରିବା ଓ ଅଧିକ ଲାଭ ଆଶାରେ ଶୁଳ୍କବୃଦ୍ଧି ମାଧ୍ୟମରେ ଉପଭୋକ୍ତାମାନଙ୍କ ଠାରୁ ଆଦାୟ କରାଯାଉଛି । ବିଧାନସଭା ଅଧିବେଶନ ସମୟରେ ବିଜେପି ବିଧାୟକଙ୍କ ମୁଲତବି ପ୍ରସ୍ତାବ ଆଧାରରେ ସରକାର ରିଭ୍ୟୁ ପିଟିସନ ମାଧ୍ୟମରେ ସଂଶୋଧନ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ଟାଳି ଦିଆଯାଇଛି । ବିଶେଷ କରି କରୋନା ମହାମାରୀ ସମୟରେ ଏହି ଶୁଳ୍କ ବୃଦ୍ଧି ଅସହ୍ୟ ହୋଇଛି । ଏହାର ପ୍ରତିବାଦ କରାଯିବା ସହ ବିଦ୍ୟୁତ ଶୁଳ୍କ କମାଯିବା, ପ୍ରଥମ ଶହେ ୟୁନିଟ୍କୁ ଗୋଯିଏ ସ୍ଲାବରେ ରଖାଯିବା, ଗ୍ରାମାଞ୍ଚଳରେ ଲୋ ଭୋଲେଟେଜ ସମସ୍ୟାର ସମାଧାନ କରାଯିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯାଇ ୨୪ଘଣ୍ଟିଆ ବିଜୁଳି ଯୋଗାଣ କରାଯିବା, କୃଷିକ୍ଷେତ୍ର ଓ ଶୀତଳଭଣ୍ଡାର ବିଦ୍ୟୁତ ପାଇଁ ସବସିଡି ପ୍ରଦାନ କରାଯିବା ଓ ବକେୟା ଆଦାୟ ବେଳେ ଜୁଲମ ନକରିବା ଆଦି ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।
