ଛାତରୁ ପଡି ବାଳକ ଗୁରୁତର।

କାମାକ୍ଷାନଗର,୩/୧୧/୨୧– ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଂଟାପାଳ ପଂଚାୟତ କୁସୁମୁଣ୍ଡିଆ ଗ୍ରାମରେ ଜଣେ ବାଳକ ଆଜି ସାନ୍ଧ୍ୟ ୫ ସମୟରେ ନିଜ ଘର ଛାତ ଉପରେ ଖେଳୁଥିବା ସମୟରେ ଅସବଧାନବସତ ତଳେ ଖସି ପଡିବା ଫଳରେ ଗୁରୁତର ଭାବେ ଆହତ ହୋଇଛି । ଗୁରୁତର ଆହତ ହୋଇଥିବା ବାଳକ ଜଣକ ହେଉଛି ବସନ୍ତ ସିଂର ପୁଅ ସାହିଲ ସିଂ ,୮ ବର୍ଷ , ପରିବାର ଲୋକେ ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରରିତ କରିଛନ୍ତି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *