ପାରାଦ୍ୱୀପ ନଗରପାଳଙ୍କ ଘର ଉପରେ ବୋମା ମାଡ଼ ଘଟଣାରେ ବାପି ସର୍ଖେଲ ଓ ବାପୁ ପରିଡାଙ୍କ ସମ୍ପୃକ୍ତି ଅଛି ବୋଲି ଦାବୀ କଲା କଂଗ୍ରେସ।

ପାରାଦ୍ୱୀପ- ଗତ ମେ ୩୦ ତାରିଖ ସନ୍ଧ୍ୟାରେ ପାରାଦ୍ୱୀପ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଘର ଉପରକୁ ୩ଟି ବୋମା ମାଡ଼ ହୋଇଛି।ଏହି ଘଟଣାର ୨୪ ଘଣ୍ଟା ପରେ ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ଜୁନ ୧ ତାରିଖ ସନ୍ଧ୍ୟାରେ ବଦପଡ଼ିଆ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ କଂଗ୍ରେସ ନେତା ଶ୍ରୀ ନିରଞ୍ଜନ ନାୟକ କହିଛନ୍ତି ଯେ ଏହି ବୋମାମାଡ ଘଟଣାରେ ବିଜେଡି ଡାହାଣୀ ହୋଇ ଲାଗୁଛି ଓ ଗୁଣିଆ ହୋଇ ଛାଡ଼ୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେ ୨୦୦୫ ମସିହାରେ ମୁନା ପତି ହତ୍ୟାକାଣ୍ଡରେ ବାପୁ ପରିଡ଼ାଙ୍କ ସମ୍ପୃକ୍ତି ଏବଂ ୨୦୧୬ ମସିହାରେ ସି ୱାଜେ ସିପିଙ୍ଗ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାପି ସର୍ଖେଲଙ୍କ ସମ୍ପୃକ୍ତି ଅଛି ଏବଂ ଉଭୟେ ଜେଲ ଯାଇଛନ୍ତି।ସେମାନଙ୍କ ନିର୍ଦେଶରେ ପାରାଦ୍ୱୀପର ପ୍ରଥମ ନାଗରିକଙ୍କ ଘର ଉପରେ ବୋମାମାଡ ହୋଇଛି ଅପରପକ୍ଷରେ ବାପି ସର୍ଖେଲ ଏହି ଘଟଣାରେ ଜିଲ୍ଲା ଏସ ପି ଙ୍କୁ ସାକ୍ଷାତ କରି ନିରପେକ୍ଷ ତଦନ୍ତ ଦାବୀ କରୁଛନ୍ତି। ତେଣୁ ଏସ ପି ଯଦି ଆସନ୍ତା ୩ “ଦିନ ମଧ୍ୟରେ ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ସମସ୍ତ ଅପରାଧୀଙ୍କୁ ଗିରଫ ନ କରେ ତେବେ କଂଗ୍ରେସ ଦଳ ପକ୍ଷରୁ ଏସ ପି ଅଫିସ ଘେରାଉ କରାଯିବ ବୋଲି କହିଛନ୍ତି।ସେହି ପରି ମାଟି ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନିରଞ୍ଜନ ନାୟକଙ୍କ ସମେତ ନଗର କଂଗ୍ରେସ ସଭାପତି ଶ୍ରୀ କେଦାର ବିଶ୍ୱାଳ, ସରୋଜ ପ୍ରଧାନ, ତ୍ରିନାଥ ମହାନ୍ତି,ବିଜୟ କୁମାର ସେଠୀ, ଚନ୍ଦ୍ର ଶେଖର ମହାପାତ୍ର ଓ କୃପାସିନ୍ଧୁ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *