ସଂଗୀତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଷ୍ଟାର ଅଫ ନୟାଗଡର ପ୍ରଥମ ଅଡିସନ ଅନୁଷ୍ଠିତ

ନୟାଗଡ ଜିଲ୍ଲାରେ ସଂଗୀତ ପ୍ରତିଭା ମାନଙ୍କୁ ଅନ୍ବେଷଣ କରିବା ସହ ସଂଗୀତ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବାର ଉଦ୍ଦେଶ୍ୟରେ ଷ୍ଟାର ଅଫ ନୟାଗଡ କାର୍ଯ୍ୟକ୍ରମର ପ୍ରଥମ ଅଡିସନ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୫ ପ୍ରତିଯୋଗୀ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୧୮ ଜଣ ଦ୍ବିତୀୟ ପର୍ଯ୍ୟାୟ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତିଯୋଗୀ ମାନେ ହେଲେ ସୁଚିସ୍ମିତା ଡୋରା, ଲିପ୍ସା ରାଣୀ ପଣ୍ଡା, ସେଖ୍ ତୈ।ଫିକ ଅଲ୍ଲୀ, ଇପ୍ସିତା ପ୍ରିୟଦର୍ଶନୀ ଓ ଅମ୍ରିତା ରଥ । ସେହିପରି ଦ୍ବିତୀୟ ପର୍ଯ୍ୟାୟ କୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ଲକ୍ଷ୍ମୀପ୍ରିୟା ନାୟକ, ଆଦିତ୍ୟ ଗୁମାନ ସିଂ, ଆଶୁତୋଷ ବେହେରା, ଅଂଶୁମାନ ମହାପାତ୍ର, ଗାୟତ୍ରୀ ଦଳବେହେରା, ପିଙ୍କିନା ନାୟକ, ଅନ୍ନପୂର୍ଣ୍ଣା ପାତ୍ର, ଜଗନ ବେହେରା,ଗୁଡୁ ମହାନ୍ତି, ମିଲନ କୁମାର ସ୍ବାଇଁ, ବର୍ଷାରାଣୀ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା, ସୁଶ୍ରୀ ସୁଚରିତା ସାହୁ, ଶୁଭ ସ୍ମିତା ବେହେରା, ପ୍ରୀତି ପ୍ରଜ୍ଞା ସାହୁ, ସ୍ନେହା ପ୍ରିୟଦର୍ଶିନୀ ଓ ତପସ୍ଵିନୀ ବେହେରା, । ପ୍ରତିଯୋଗିତା ରେ ବିଚାରକ ଭାବେ ଧନେଶ୍ଵର ପ୍ରଧାନ ଓ ସସ୍ମିତା ପଟ୍ଟନାୟକ ଯୋଗଦେଇଥିଲେ । ପର୍ଯ୍ୟାୟକ୍ରମେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଡିସନ କରାଯିବ ବୋଲି ଏହି କାର୍ଯ୍ୟକ୍ରମ ର ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପାଇକରାୟ, ପ୍ରଦୀପ ବରାଡ, କାଜଲ ଡାକୁଆ, ବିଷ୍ଣୁପ୍ରିୟା ନାୟକ, ସୈ।ମ୍ୟ ଶୁଭମ ରଥ ଓ ଆଦିତ୍ୟ ପ୍ରସାଦ ସାହୁ ।

Leave a Reply

Your email address will not be published. Required fields are marked *