ବଡ଼ଦାଣ୍ଡ ନା ମୃତ୍ୟୁର ଦାଣ୍ଡ !! ପ୍ରତି ମୁହୂର୍ତ୍ତରେ ବିପଦ l

ବଡଦାଣ୍ଡ ନା ମୃତ୍ୟୁର ଦାଣ୍ଡ !!! ପ୍ରତି ମୁହୂର୍ତ୍ତରେ ବଡଦାଣ୍ଡରେ ଛକି ରହିଛି ମୃତ୍ୟୁର ଫାସ। ଗତକାଲି ବଡଦାଣ୍ଡ ଛାତି ଉପର ଏକ ହୋଟେଲର ରେଷ୍ଟୁରାଣ୍ଟରେ ଗ୍ୟାସ ସିଲିଣ୍ଡର ଫାଟି ବଡଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏବେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ପୁରୀ ବଡଦାଣ୍ଡ ଦେଇ ଆପଣ ଯାଉଛନ୍ତି କି ?? ଟିକିଏ ସାବଧାନ ହେଇ ଯାଆନ୍ତୁ,,, କୌଣସି ସମୟରେ ଆପଣ ସହ ଘଟିପାରେ ବଡ ଦୁର୍ଘଟଣା। ଏଭଳି ସ୍ଥିତି ଗତକାଲି ପୁରୀ ବଡଦାଣ୍ଡରେ ଦେଖିବାକୁ ମିଳିଥିଲା। ବଡଦାଣ୍ଡର ଏକ ହୋଟେଲ୍ ର ରେଷ୍ଟୁରାଣ୍ଟରେ ଗ୍ୟାସ ସିଲିଣ୍ଡର ବିଷ୍ପୋରଣ ଘଟି ହୋଟେଲ୍ କର୍ମଚାରୀଙ୍କ ସହ ଜଣେ ଆଗ୍ନିକ ଏବଂ ବଡଦାଣ୍ଡରେ ଯାଉଥିବା ଜଣେ ମହିଳା ଆହତ ହୋଇଥିଲେ। ଭଲକରି ନଜର ପକାନ୍ତୁ ଏହି ମହିଳାଙ୍କ ହାତକୁ। ସିଏ ବି ଜାଣିନଥିଲେ ବଡଦାଣ୍ଡରେ ଯାଉଥିବା ସମୟରେ ତାଙ୍କ ସହ ଏଭଳି ଅଘଟଣ ଘଟି ତାଙ୍କ ଆଙ୍ଗୁଠି ଆଘାତ ପାଇବ। ସେପଟେ ନଜର କରନ୍ତୁ ପୁରୀ ବଡଦାଣ୍ଡର ରାତି ସମୟର ଦୃଶ୍ୟକୁ। କିଭଳି ଖୁଲମଖୁଲା ଗ୍ୟାସ ସିଲିଣ୍ଡର ଲାଗି ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି ଏବଂ ହଜାରହଜାର ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକ ଖାଦ୍ୟ ଖାଉଛନ୍ତି। ନା ସେଠାରେ ଅଛି ଅଗ୍ନି ନିର୍ବାପକ ଯନ୍ତ୍ର ନା ଅଛି ସୁରକ୍ଷା ବ୍ୟବସ୍ଥା। ଯଦି କିଛି ଗ୍ୟାସ୍ ସିଲିଣ୍ଡର ବିଷ୍ପୋରଣ ଘଟେ ତେବେ ଧନଜୀବନ ହାନି ହେବାର ସମ୍ଭାବନା ମଧ୍ୟ ରହିଛି। ବଡଦାଣ୍ଡରେ ଲକ୍ଷାଧିକ ଭକ୍ତ ଓ ସହରବାସୀଙ୍କ ଭିଡ ସବୁଦିନ ଦେଖିବାକୁ ମିଳିଥିବା ବେଳେ ଦୋକାନୀ ମାନେ ମାସକୁ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଗ୍ୟାସ୍ ବ୍ୟବହାର କରିଥାନ୍ତି। ତେଣୁ ଏଠି ପ୍ରଶ୍ନ ଜାତୀୟ ରାଜପଥ ମାନ୍ୟତା ପାଇଥିବା ପୁରୀ ବଡଦାଣ୍ଡରେ ବିକ୍ରି କରୁଥିବା ଦୋକାନୀ ମାନେ ଏତେ ପରିମାଣର ଗ୍ୟାସ୍ ଆଣୁଛନ୍ତି କେଉଁଠାରୁ ???ଘରୋଇ ଗ୍ୟାସକୁ ବ୍ୟବସାୟୀକ ଉଦେଶ୍ୟରେ ଦୋକାନୀ ମାନେ ବ୍ୟବହାର କରୁନାହାନ୍ତି ତ ?? ଦୋକାନୀ ମାନେ କେବଳ ବଡଦାଣ୍ଡ ନୁହେଁ ବରଂ ବ୍ୟବସାୟୀକ ଉଦେଶ୍ୟରେ ସହରର ସମସ୍ତ ଗଳିକନ୍ଦିରେ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିବା ଯୋଗୁଁ ପର୍ଯ୍ୟଟକଙ୍କ ସମେତ ସହରବାସୀଙ୍କୁ ବିପଦ ଆଡକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖୁବଶୀଘ୍ର ଅଗ୍ନିଶମ ବିଭାଗ ଓ ପୁରୀ ପୋଲିସ ତରଫରୁ କଡାକଡି ଯାଞ୍ଚ କରାଯିବ ବୋଲି କହିଛନ୍ତି ପୁରୀ ଏସପି। ସେପଟେ ପୁରୀ ବଡଦାଣ୍ଡରେ ଶହଶହ ହୋଟେଲ୍ ଓ ହୋଟେଲ୍ ଭିତରେ ରେଷ୍ଟୁରାଣ୍ଟ ରହିଛି। ପ୍ରତ୍ୟକଦିନ ପର୍ଯ୍ୟଟକଙ୍କ ସମେତ ସହରବାସୀ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥାନ୍ତି। କିନ୍ତୁ ଗତକାଲିର ଘଟଣା ପରେ ଏବେ ବଡଦାଣ୍ଡରେ ଥିବା ହୋଟେଲ୍ ଓ ରେଷ୍ଟୁରାଣ୍ଟର ସୁରକ୍ଷା ସହ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ବଡଦାଣ୍ଡରେ ବ୍ୟବସାୟୀକ ଉଦେଶ୍ୟରେ ବେପାର କରୁଥିବା ସମସ୍ତ ଦୋକାନୀ ଓ ରେଷ୍ଟୁରାଣ୍ଟ ଗୁଡିକ ଘରୋଇ ଗ୍ୟାସ୍ ସବୁକୁ ଯଦି ବ୍ୟବସାୟୀକ ଉଦେଶ୍ୟରେ ବ୍ୟବହାର କରୁଥିବେ ତେବେ ESSENTIAL COMMODITY ACT ଅନୁସାରେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗକୁ ଟାସ୍କଫୋର୍ସ ଗଠନ କରାଯାଇ ଜୋରଦାର ଚଢାଉ କରାଯିବ କହିଛନ୍ତି ପୁରୀ ଜିଲ୍ଲାପାଳ। ଅନ୍ୟପଟେ ଆଗାମୀ ଦିନରେ ହୋଟେଲ୍ ଓ ରେଷ୍ଟୁରାଣ୍ଟ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦୀଆଯିବ କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀଗତକାଲିର ଘଟଣା ପରେ ଯଦି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଅବାଧରେ ବିକ୍ରି ଗ୍ୟାସ୍ ସିଲିଣ୍ଡର ଉପରେ ବଡଧରଣର ଆକ୍ସଳ ନିଆନଯାଏ ତେବେ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସୀନ୍ଦାଙ୍କ ଜୀବନ ବିପଦରେ ପଡିବ ଏଥିରେ ସନ୍ଦେହ ନାହିଁ l

Leave a Reply

Your email address will not be published. Required fields are marked *