ଜୀବିକା ମିଶନ ସୁପରଭାଇଜର ବଦଳି ବାତିଲ ଦାବିରେ ଧାରଣା

ଭଣ୍ଡାରିପୋଖରୀ:-୩/୮: ଭଣ୍ଡାରିପୋଖରୀ ବ୍ଲକ ଜୀବିକା ମିଶନ ସୁପରଭାଇଜର ମଞ୍ଜୁଲତା ନାୟକଙ୍କ ବଦଳି ବାତିଲ ଦାବିରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଧାରଣା ସୋମବାର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆଠ ପଞ୍ଚାୟତ ମହିଳା ମହାସଂଘ ସଭାପତି, ସମ୍ପାଦିକା ଓ ସଦସ୍ୟାମାନେ ବ୍ଲକ ଜୀବିକା ମିଶନ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ଜୀବିକା ମିଶନ ବ୍ଲକ ପୋଗ୍ରାମ ମ୍ୟାନେଜର ପୀତବାସ ବିଶ୍ୱାଳଙ୍କ ଚକ୍ରାନ୍ତରେ ଶ୍ରୀମତୀ ନାୟକଙ୍କୁ ବନ୍ତ ବ୍ଲକକୁ ବଦଳି କରାଯାଇଛି ବୋଲି ଅଭିଯୋଗ କରି ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ପାଦିକା ମିନତୀ ଦାସ, ବୟାବନାପୁର ପଞ୍ଚାୟତ ସମ୍ପାଦିକା ବାସନ୍ତି ବେହୁରିଆ, ସଭାନେତ୍ରୀ ବନମା ବେହୁରିଆ, ଦକ୍ଷିଣବାଡ ସମ୍ପାଦିକା ମାଳତୀ ପାତ୍ର, ସରସଦା ସମ୍ପାଦିକା ଜ୍ୟୋସ୍ନାରାଣୀ ସାହୁ, ସଭାପତି ବୀଣାପାଣୀ ଜେନା, କୁରିଗାଁ ସଭାପତି ବାସନ୍ତିଲତା ଥାଟୋଇ, ସମ୍ପାଦିକା ଜ୍ୟୋତିରେଖା ସାମଲ, ନଗୁଆଁ ସମ୍ପାଦିକା ଉମାରାଣୀ ନାୟକ ଓ ନେରଡା ସଭାପତି ବୋଇତାଇ ପ୍ରମୁଖ ଧାରଣା ଦେଇଥିଲେ । ଏଥିନେଇ ଜିଲ୍ଲା ଜୀବିକା ମିଶନ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି ବୋଲି ଧାରଣାକାରୀମାନେ ସୂଚନା ଦେଇଛନ୍ତି ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *