ପୁରୁଷୋତ୍ତମପୁର ତହସିଲଦାର ଓ ଆଇଆଇସିଙ୍କ ମିଳିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କୁଜନସଧାରଣରେ ଖୁବ ପ୍ରଶଂସା l
ପୁରୁଷୋତ୍ତମପୁର -୩/୬ ଦୁର୍ଘଟଣା ହ୍ରାସ ଏବଂ ଯାନବାହନ ଚାଳକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓ ଥାନା ଆଇଆଇସି କୁଳମଣି ସେଠୀ ଙ୍କ ମିଳିତ ଉଦ୍ୟମରେ ଏକ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନରେ ଯାନବାହନ ଚାଳକମାନଙ୍କୁ ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚାଳନା ନ କରିବା ଏବଂ ଟ୍ରାଫିକ ନିୟମ ମାନିବା ପାଇଁ ପରାମର୍ଶ ଦିଆଯାଇଥିଲା। ସହରର କାଳୀମନ୍ଦିର ଛକଠାରୁ ପରିବା ମାର୍କେଟ ପର୍ଯ୍ୟନ୍ତ ଜନଗହଳି ଅଞ୍ଚଳରେ ଜନସଧାରଣ ଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ଲିଫଲେଟ ବଣ୍ଟନ କରାଯିବା ସହ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।ଏହା ସହ ରାସ୍ତାକୁ ଅବରାଧ ନ କରିବାପାଇଁ ବିଭିର୍ଣ୍ଣ ଉପାୟ ଅବଲମ୍ବନ କରିଥିଲେ l ତହସିଲଦାର କହିଥିଲେ ଯେ, ସଡ଼କ ସୁରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ସେହିପରି ଆଇଆଇସି ଟ୍ରାଫିକ ନିୟମ ପାଳନ ମାଧ୍ୟମରେ ଦୁର୍ଘଟଣା ରୋକିବାକୁ ଆହ୍ୱାନ ଦେଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ପୋଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରଦାନ କରିଥିଲେ। ବିଭିନ୍ନ ମହଲରେ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ l
