ଅବହେଳିତ ପଞ୍ଚସଖା ଯଶୋବନ୍ତଙ୍କ ପୀଠ

ବିରିଡି,୩-୬ : ଶ୍ରୀ ଜଗନ୍ନାଥଙ୍କ ଦାସନୁଦାସ,ଭକ୍ତ ଶ୍ରେଷ୍ଠ ମଧ୍ୟଗୁଗର ପଞ୍ଚସଖାଙ୍କ ମଧ୍ୟମଣୀ ଗୋସ୍ୱାମୀ ଯଶୋବନ୍ତ ଦାସଙ୍କ ସମାଧିପୀଠ ଏବେବି ଅବହେଳିତ ଅବସ୍ଥାରେ l ଏହି ପ୍ରାଚୀନ ପୀଠର ସର୍ବାଙ୍ଗୀନ ବିକାଶ ତଥା ଏହାକୁ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ୟତା ପ୍ରଦାନ କରିବାନିମନ୍ତେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱଇଙ୍କ ନେତୃତ୍ୱରେ ଗୋସ୍ୱାମୀଙ୍କ ସମାଧିପୀଠ ଅଢଙ୍ଗ ନାଇଲୋ ସ୍ଥିତ ଯଶୋବନ୍ତ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଏକ ପ୍ରତିନିଧିଦଳ ରାଜ୍ୟର ଲୋକପ୍ରିୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟି ନିବେଦନ କରିଛନ୍ତି l ଏଥିରେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ନେତା ରାଜକିଶୋର ବେହେରା ଅଢଙ୍ଗ ଗଡ଼ ଯଶୋବନ୍ତ ସାହିତ୍ୟ ସଂସ୍କୃତି ସଂସଦ ର ମୁଖ୍ୟ ଉପଦେଷ୍ଟା ଲିଙ୍ଗରାଜ ମଲ୍ଲ,ସଂସଦର ସ୍ଥାୟୀ ସଭାପତି ଦେବୀପ୍ରସାଦ ତ୍ରିପାଠୀ,କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଦାଶ, ସମାଜସେବୀ ପ୍ରକାଶ ଚନ୍ଦ୍ର ଦାସ,ଜିଲ୍ଲା ଓବିସି ମୋର୍ଚା ସଭାପତି ସୁବୋଧ କୁମାର ବାରିକ,ପୂରଣମଣ୍ଡଳ ସଭାପତି ଶୁଭ୍ରଯୋତି ସାହୁ,ଶିଶିର ଶେଖର ସାହୁ ପ୍ରମୁଖ ସାମିଲ ହୋଇ ଦୀର୍ଘସମୟ ପୀଠ ସମ୍ପର୍କିତ ତଥ୍ୟ ଦେଇ ଆଲୋଚନା କରିଥିଲେ l ତେବେ ଏହାରସର୍ବାଙ୍ଗୀନ ବିକାଶ ପାଇଁମଧ୍ୟ ଶ୍ରୀମତୀ ପରିଡା ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣା ପଡିଛି l ବିରିଡ଼ି ବ୍ଳକ୍ ଅଢଙ୍ଗ ଗଡ଼ ( ନାଇଲୋ) ଠାରେ ସମାଧିଷ୍ଟହୋଇଥିବା ଜଗତସିଂହପୁର ଜିଲ୍ଲା ର ଏକମାତ୍ର ପଞ୍ଚସଖା ଗୋସ୍ୱାମୀ ଯଶୋବନ୍ତ ଦାସଙ୍କ ୬ସହ ବର୍ଷର ପ୍ରାଚୀନ ପୀଠ ଯାହା ମାଳିକା ପ୍ରସିଦ୍ଧ ଅଟେ l ତେଣୁ ଏହି ପ୍ରାଚୀନ ପୀଠର ମହତ୍ୱ ତଥା ଯଶୋବନ୍ତ ଦାସଙ୍କ ଅଲୌକିକତା ବିଶେଷକରି ନିଜେ ସ୍ବଦେହରେ ସମାଧିନେଇଥିବା ମହାପୁରୁଷଙ୍କ ରାଜ୍ୟସ୍ତରୀୟ ମହାପ୍ରୟାଣ ଦିବସ ଓଢଣଷଷ୍ଠୀ କିପରି ସାଧୂସନ୍ଥଙ୍କ ଗହଣରେ ପାଳନ କରାଯାଏ ସେସମ୍ପର୍କରେ ଅବଗତ କରାଇଥିଲେ l ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହି ପୀଠ ର ବିକାଶପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବେବୋଲି ପ୍ରତିଶୃତି ଦେଇଛନ୍ତି l ତେବେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ହେବାପରେ ଶ୍ରୀମତୀ ପରିଡା ପ୍ରତିଶୃତି ପାଳନ କରିଆସୁଥିବାବେଳେ ରାଜ୍ୟର ଅନେକ ପୂଜ୍ୟପୂଜା ପୀଠ , ମହାପୁରୁଷଙ୍କ ପୀଠ ,ପଞ୍ଚସଖାଙ୍କ ପୀଠ ତଥା ପର୍ଯ୍ୟଟନ କ୍ଷେତ୍ରର ନବକଳେବର କରି ନିଜର ସୁନାମ ସାଉଁଟି ଥିବାବେଳେ ଅଢଙ୍ଗ ଯଶୋବନ୍ତ ଗୋସ୍ୱାମୀଙ୍କ ପୀଠର ବିକାଶ ପାଇଁ ପ୍ରତିଶୃତି ଦେଇଥିବାରୁ ଅଂଚଳର ଜନସାଧାରଣ ଓ ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ତଥା ଅଗଣିତ ଭକ୍ତ ମାନଙ୍କ ମଧ୍ୟରେ ଆଶା ଉଦ୍ଜୀବିତ ହୋଇଛି l

Leave a Reply

Your email address will not be published. Required fields are marked *