ପି.ଇ.ଓ ମାଗୁଛନ୍ତି ଲାଞ୍ଚ, ଭିଡିଓ ଭାଇରାଲ୍।
୨୦୦୦ ହଜାର ଟଙ୍କାରେ ମିଳୁଛି ବିଜୁ ପକ୍କା ଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଘର ।ଏ କଥା ଆମେ କହୁନାହୁଁ. ଖୋଦ୍ ସରକାରୀ ଚାକିରୀ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଣି ସୁକାନ୍ତି ଦାସ କହୁଥିବା ର ଭିଡିଓ ଏବେ ଭାଇରାଲ୍ ହେଉଛି।।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରାଜଘାରପୋଖରୀ ପଂଚାୟତର ପି.ଇ.ଓ ସୁକାନ୍ତି ଦାସ,ପ୍ରକୃତ ହିତାଧିକାରୀଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗୁଥିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି, ଏହି ଭିଡ଼ିଓରେ ମ୍ୟାଡ଼ାମ କହୁଛନ୍ତି ଟଙ୍କା ପାଇବା ପରେ ମୋ କଥା ବୁଝିବ।। ଏମିତି ଭାବରେ ଚାଲିଛି ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଘର,, କେବଳ ରାଜଘାରପୋଖରୀ ରେ ନୁହେଁ ବାସୁଦେବପୁର ବ୍ଳକ ଅନେକ ପଞ୍ଚାୟତ ରେ ମଧ୍ୟ ଏଭଳି ଘଟୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି, ମାଡାମ୍ ମାଗୁଥିବା ଦୁଇ ହଜାର ଟଙ୍କାରେ କାହାର କେତେ ଭାଗ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏଭଳି ଘଟଣାରେ ବାସୁଦେବପୁର ବିଡ଼ିଓ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।
ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।
