ଗୁରୁତର ଆହତ ହୋଇଥିବା ମହିଳା ଚିକିତ୍ସିତ
ପୋଲସରା ବ୍ଲକ୍ ଛକ ନିକଟରେ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମହିଳା ଗାୟତ୍ରୀ ବେହେରା ଏମ.କେ.ସି.ଜି ମେଡ଼ିକାଲ ବ୍ରହ୍ମପୁର ଠାରେ ଚିକିତ୍ସିତ ହେଉଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଆଜି ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲ କୁ ଯାଇ ଆହତ ମହିଳାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମେଡ଼ିକାଲ ସୁପରଟେଣ୍ଡଙ୍କ ସହ ଆଲୋଚନା କରିଛନ୍ତି।
