ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ତା. ୧୫/୦୭ : କଳା ଓ କଳାକାର ହିତୈଷୀ ମହାମଂଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ତରପରୁ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷାବିବର୍ଦ୍ଧିନୀ ସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ଯକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂଘର କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରାଯାଇଥିଲା। ସଂଘର ଭବିଷ୍ୟ କାର୍ଯ୍ୟ ନିର୍ଦ୍ଧାରଣ କରାଯାଇଥିଲା। ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଦେବା ସହିତ ସଂଘ କ୍ରୁତିରାଜି ଉପରେ ବିଶଦ୍ ଆଲୋଚନା କରିଥିଲେ। ଏହି ଅବସରରେ କଙ୍କୋରଡା କଣଭାଗ ସ୍ଥିତ ଶ୍ରୀଶ୍ରୀ ବାବା ଜଗତେଶ୍ବର ଲୋକ ନାଟ୍ୟ କଳା ସଂସଦ ପ୍ରଯୋଜିତ ତଥା ଗୁରୁ ବନଜ କୁମାର ସାହୁ ନିର୍ଦ୍ଦେଶିତ ଲୋକ ନାଟକ ‘ଲକ୍ଷ୍ମୀ ପୁରାଣ’ ପରିବେଷିତ ହୋଇଥିଲା। କଳାପ୍ରାଣ କୈଳାସ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରି ସଂଘର କାର୍ଯ୍ୟଧାରା ଉପରେ ବିଶେଷ ସନ୍ତୋଷ ପ୍ରକାଶ କରି ଏ ଭଳି ଅନୁଷ୍ଠାନ ଓଡିଶା କାହିଁକି ସମଗ୍ର ଭାରତ ବର୍ଷରେ ଅଦ୍ବିତୀୟ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ଉର୍ମିଳା ଗୌଡ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *