ପ୍ରସିଦ୍ଧ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀଙ୍କ ମନ୍ଦିରରୁ ବଡଧରଣର ଚୋରି ।
ଗଞ୍ଜାମ , ମଙ୍ଗଳବାର ରାତିରେ ମନ୍ଦିରରେ ପଶି ରୂପା ମୁଖା ସହ ମୁକୁଟ ଓ ବିଭିନ୍ନ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳେ ଏନେଇ ଜଣାପଡିବା ପରେ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପ୍ରକାରେ ମନ୍ଦିରରେ ବ୍ୟବହାର ହେଉଥିବା ଦୁଇଟି ମୁଖା ସହିତ ଗୋଟିଏ ରୂପାର ଛତା, ତିନୋଟି ମୁକୁଟ, ପୂଜା ଓ ବିଭିନ୍ନ ନୀତିକାନ୍ତିରେ ବ୍ୟବହୃତ ହେଉଥିବା ଏକାଧିକ ଅଳଙ୍କାର ଚୋରି କରିବା ସହ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ରହିଥିବା ହୁଣ୍ଡି ଭାଙ୍ଗି ନେଇଯିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ହୁଣ୍ଡିର ପ୍ରଥମ ତାଲାକୁ ଭାଙ୍ଗି ଦେଇଥିବା ବେଳେ ଭିତର ତାଲାକୁ ଭାଙ୍ଗି ନପାରି ଛାଡି ପଳାଇଛନ୍ତି ଦୁର୍ବୃତ୍ତ । ମନ୍ଦିରର ସେବାୟତ ଓ ପରିଚାଳନା କମିଟି ସଦସ୍ୟ ଙ୍କ ଅଭିଯୋଗ ପରେ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
