ବାଇଚଢ଼େଇର ଗୀତ
ବାଇଚଢ଼େଇର ଗୀତ
ବାଇଚଢ଼େଇର ବସା,
ବାୟା ଗଢ଼ିଅଛି ମଠେଇ ନିଠେଇ
ତାଳ ଗଛ ଡାଳେ ଖୋସା ।
ବାଇଚଢ଼େଇର ଘର,
ପବନେ ଝୁଲଇ ଥିରିଥିରି ହୋଇ
ନଥାଏ ଟିକିଏ ଡର ।
ବାଇଚଢ଼େଇର ଛୁଆ,
ମାଆ ଯାଇଥାଏ ଗାଈ ଜଗିବାକୁ
ଚାହିଁ ରହିଥାଏ ରାହା ।
ବାଇଚଢ଼େଇର ମନ,
ଖିରି କରି ତାକୁ ଖୁଆଇ ଦେବ ସେ
ବିଲରୁ ଆଣିଲେ ଧାନ ।
ବାଇଚଢ଼େଇର ଗୀତ,
ବୁଝିତ ହୁଏନା ଅବୁଝା ଭାଷାର
ବୁଝିଛ କିଏ କୁହ ତ ।
ମୀନାକ୍ଷି ପାଢ଼ୀ, ଶିକ୍ଷୟିତ୍ରୀ,ଚିକିଟୀ ପେଣ୍ଠ, ଗଞ୍ଜାମ
