ମାଛ ଚାଷ ଦେଖେଇ ଲୁଟିନେଲେ ୯୦ ହଜାର ଟଙ୍କା
ଯାଜପୁର -ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧୀନ ସୁନ୍ଦରିଆ ଗ୍ରାମ ପଞ୍ଚାୟତ ହରଡେଇ ପୁର ରେ ରିଆତୀ ଟଙ୍କାକୁ ହଡ଼ପ କଲେ । ମହିଳା ଶାସକ୍ତି କରଣ ନାରେ ଉଭୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ବିଭିନ ସ୍କିମରେ ଯୋଗାଉ ଦେଉଛନ୍ତି। ମହିଳାଙ୍କୁ ଶସକ୍ତ କରିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଥିବା ବେଳେ ବାସ୍ତବରେ ଯେ ଏହି ଯୋଜନା କାର୍ଯ୍ୟକାରୀ ହେଉ ନାହିଁ ତାର ଆଜି ପ୍ରତିଫଳନ ଦେଖିବାକୁ ମିଳିଛି। ଧର୍ମଶାଳା ବ୍ଲକ୍ ଶିନ୍ଦୂରିଆ ପଞ୍ଚାୟତ ହରିଦେଇପୁର ଗ୍ରାମରେ ମାଛ ଜଆଁଳ ଛାଡ଼ିବା ପାଇଁ ରିଆତିରେ ୯୦ହଜାର ଟଙ୍କା ବ୍ୟୟ ହୋଇଛି। ହେଲେ ମାଛ ଛଡ଼ା ହୋଇନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଶତାଧିକ ମହିଳା ଆଜି ବ୍ଲକ୍ କାର୍ଯ୍ୟାଳୟ ରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗ୍ରାମର ଏକ ପୋଖରୀକୁ ଗ୍ରାମବାସୀ ମାନେ ଲିଜ ସୂତ୍ରରେ ନେଇ ଲାଭାଂଶ କୁ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟବହାର କରନ୍ତି। ୨୨/୨୩ବର୍ଷରେ ଏହି ପୋଖରୀକୁ ଭୋଳା ଶଙ୍କର ଗୋଷ୍ଠୀକୁ ଲିଜ ଦିଆଯାଇଛି। ଏହି ଗୋଷ୍ଠୀ ମାଛ ନ ଛାଡ଼ି ସେହି ବାବଦରେ ରିଆତି ଆସିଥିବା ୯୦ହଜାର ଟଙ୍କାକୁ ମିଥ୍ୟା କାଗଜ ପତ୍ର କରି ହଡ଼ପ କରାଜାଇଛି। ଯାହାକୁ ନେଇ ଆଜି ଶତାଧିକ ମହିଳା ଓ ପୁରୁଷ ବ୍ଲକ୍ କାର୍ଯ୍ୟାଳୟକୁ ଆସି ବିଡ଼ିଓ ଙ୍କୁ ଦାବି ପତ୍ର ଦେବାକୁ ଘଣ୍ଟା ଘଣ୍ଟା ଧରି ଧାରଣାରେ ବସିଥିଲେ ଓ ଦାବି ପତ୍ର ଦେଇଥିଲେ ବିଡ଼ିଓ ଙ୍କୁ।
ରିପୋର୍ଟ- ସତ୍ୟରଞ୍ଜନ ପାଢୀ, ଯାଜପୁର।
