ପଞ୍ଚକ ମହୋତ୍ସବର ତୃତୀୟ ସଂଧ୍ୟା ଭଜନ ଭକ୍ତି ରସରେ ଭିଜିଲେ ଭକ୍ତ
ପୁରୀ,୨୩/୧୧- ୧୧ ତମ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ବଡଦାଣ୍ଡ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ଚାଲିଥିବା ପଞ୍ଚକ ମହୋତ୍ସବର ତୃତୀୟ ସଂଧ୍ୟାରେ ଭଜନ କୀର୍ତ୍ତନ ଭକ୍ତି ରସରେ ଭିଜିଲେ ଭକ୍ତ । ସୋମବାର ସଂଧ୍ଯାରେ ଅତିଥି ଭାବେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବରିଷ୍ଠ ସେବାୟତ ମଧୁସୂଦନ ମିଶ୍ର, ଭାଷ୍ଯକାର ଓ ଗୀତିକାର ଡ.ବଦ୍ରି ମିଶ୍ର, ପୁରୀ ଜିଲ୍ଲା ବିଜେପି ମହିଳା ଜ୍ଯୋତି ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ଯ ମାମିନା ଦାଶ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କହିଲେ ମହାକାର୍ତ୍ତିକ ପଞ୍ଚକରେ ହରିନାମ ଶ୍ରବଣ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ବୈକୁଣ୍ଠ ଚତୁର୍ଦଶୀରେ ଭଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଜନ ଶୁଣିଥାନ୍ତି । କଳି ଯୁଗରେ ଜୀବେ ଦୟା ନାମେ ଭକ୍ତି ମୂଳ ଲକ୍ଷ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ସତ୍ଯନାରାୟଣ ଦାଶ କମିଟିର ସମ୍ପାଦକ ମଧୁସୂଦନ ମିଶ୍ର, ସମ୍ପାଦକ ବିନୋଦ ପରିଡା ,ସଂଯୋଜକ ଜ୍ଯୋତି ପ୍ରକାଶ ଜେନା ,କୋଷାଧ୍ୟକ୍ଷ ସୋହନ ପାଶୋରିଆ ପ୍ରମୁଖ ମଞ୍ଚାସୀନ ଥିଲେ । ପଞ୍ଚକ ମହୋତ୍ସବ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ସ୍ବର୍ଗତ ସିଦ୍ଧେଶ୍ଵର ପଟ୍ଟନାୟକଙ୍କ ଧର୍ମପତ୍ନୀ ନିରୋଦପ୍ରଭା ପଟ୍ଟନାୟକଙ୍କୁ ମରଣୋତ୍ତର ସମ୍ମାନ ଓ ଶ୍ରୀକଳାନିକେତନର ନିର୍ଦ୍ଦେଶକା ରୋଜାଲିନ ମହାନ୍ତି, ପ୍ରବଚକପଣ୍ଡିତ ବିପିନ ବିହାରୀ ମିଶ୍ର ଓ ନୃତ୍ଯ ନିର୍ଦ୍ଦେଶକଙ୍କୁ ମଧ୍ଯ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ରାମଚନ୍ଦ୍ର ଦୋରାଙ୍କ ରାଧେ ରାଧେ ଧ୍ବନିରେ ଧାର୍ମିକ ମାହୋଲ ସୃଷ୍ଟି ହୋଇଥିଲା । ପରେ ନାମ ସଂକୀର୍ତନ ଓ ହୁଳୁହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରୁ ପ୍ରବଚନ ଆରମ୍ଭ ହୋଇଥିଲା । ପଣ୍ଡିତ ବିପିନି ବିହାରୀ ମିଶ୍ରଙ୍କ ହରିକଥା ଓ ଆର୍ଶିବଚନ ଶ୍ରଦ୍ଧାଳୁ ମାନେ ଶ୍ରବଣ କରିଥିଲେ । ପୁରୀର ଶ୍ରୀକଳାନିକେତନ ର ନିର୍ଦ୍ଦେଶିକା ରୋଜାଲିନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନୃତ୍ଯଶିଳ୍ପୀ ମାନେ ଓଡିଶୀ ନୃତ୍ଯ, ଭଜନନୃତ୍ଯ ପରିବେଷଣ କରିଥିଲେ । ପୁରୀ ଅନିତା କଲଚରାଲ ଏକାଡେମୀର ଡ୍ଯାନ୍ସ ଡ୍ରାମାର ନିର୍ଦ୍ଦେଶିକା ଅନିତା ଦାଶଙ୍କ ନିର୍ଦ୍ଦେଶନାରେ ନୃତ୍ଯଶିଳ୍ପୀ ମାନେ ନୃତ୍ଯ ପରିବେଷଣ କରିଥିଲେ । ନିମାପଡା ର ନୀଳକଣ୍ଠେଶ୍ଵର ଭଜନ ସଂଧ୍ଯା ର ନିର୍ଦ୍ଦେଶକଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା । ଭରତ ନାୟକ ଓ ବିଶ୍ୱନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । । ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କମିଟି କାର୍ଯ୍ୟକାରୀ ତ୍ରିଲୋଚନ ରଥ, ଅଡିଟର ବୀରେନ୍ଦ୍ର କୁମାର ଶାସ୍ତ୍ରୀ,ଉପଦେଷ୍ଟା କମିଟି ଭଗବାନ ମିଶ୍ର ,ଭୀମସେନ ପ୍ରଧାନ,ନିରଦ ପ୍ରଭା ପଟ୍ଟନାୟକ,କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସମେତ ଗୋପୀନାଥ ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ ମନୋରଞ୍ଜନ ରଣସିଂହ, ନିରଞ୍ଜନ ଶତପଥୀ, ପ୍ରଭୁଦତ୍ତ ମିଶ୍ର, ଗୋଲଖ ବିହାରୀ ସାହୁ ତୁଷାରକାନ୍ତ ରାଓ,ରଘୁନାଥ ମହାନ୍ତି, ସର୍ବେଶ୍ଵର ଭଟ୍ଟ, କାଶୀନାଥ ସେଠୀ, ଜିତେନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ରମାକାନ୍ତ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ । ଶତାଧିକ ହବିଷାଳୀ, ତୀର୍ଥଯାତ୍ରୀ, ପର୍ଯ୍ଯଟକ,ଶ୍ରୋତା ଓ ସହରବାସୀ ମହୋତ୍ସବକୁ ଉପଭୋଗ କରିଥିଲେ l
