ଏ ଜନ୍ମଭୂମି ଭାରତ ମୋ ମାଆ

     ଏ ଜନ୍ମଭୂମି ଭାରତ ମୋ ମାଆ

🖊କବିରତ୍ନ ନୂତନ କୁମାର ବେହେରା

ଏ ଜନ୍ମଭୂମି ଭାରତ ମୋର ମାଆ
ଭାରତ ମୋର ମାଆ……,
ଲମ୍ବାଇ ହାତ ତା’ର କୋଳକୁ ଡାକେ
ଆ’ରେ ମୋ ପୁଅ ତୁ ଆ…….।୦।

ମାଆ ସିନା ମୋତେ ଦେଇଛି ଜନମ
ଜୀବନ ରଖେ ଦେଶ,
ପାଣି ପବନେ ତାର ହେଉଛି ବଡ଼
ଖୁସିରେ କରେ ବାସ।
ହୁଅଇ ମୋର ସାହା…
ଏ ଜନ୍ମଭୂମି ଭାରତ ମୋର ମାଆ
ଭାରତ ମୋର ମାଆ….

ଦିଏ ସେ ଆହାର ବସ୍ତ୍ର ବାସଗୃହ
ମୋ ପାଇଁ ସିଏ ଦେବୀ,
ସରଗ ସୁଧା ତା’ ସ୍ନେହ ମମତା
ଉଅଁଇ ଭାଗ୍ୟ ରବି ।
ସେ ତ ଜୀବନ ରାହା…
ଏ ଜନ୍ମଭୂମି ଭାରତ ମୋର ମାଆ
ଭାରତ ମୋର ମାଆ…….

କୋଟି କୋଟି ତାର ପୁଅ ଝିଅ ସବୁ
ଭାଇ ଭଉଣୀ ମୋର,
କିଷାନ ଯବାନ ସଭିଏଁ ସମାନ
ଗୋଟିଏ ପରିବାର।
ରଖୁ ଆମେ ଏକତା…
ଏ ଜନ୍ମଭୂମି ଭାରତ ମୋର ମାଆ
ଭାରତ ମୋର ମାଆ…….

ଚରଣେ ତାହାର ଭକ୍ତିରେ ପ୍ରଣାମ
କରୁଅଛି ମୁଁ ନିତି,
ଉଡାଇ ତ୍ରିରଙ୍ଗା ଜାତୀୟ ପତାକା
ଗାଉଛି ଜୟଗୀତି।
କରୁଛି ତାର ସେବା
ଏ ମାତୃଭୂମି ଭାରତ ମୋର ମାଆ
ଭାରତ ମୋର ମାଆ……

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
     ନବସୃଜନ ଇ-ପତ୍ରିକା,

   କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *