ନୟାଗଡ଼ ଜିଲ୍ଲାରୁ ୩ ଜଣଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ପୁରସ୍କାର
ନୟାଗଡ଼ ଜିଲ୍ଲାରୁ ୩ ଜଣଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ପୁରସ୍କାର l ରାଜୀବ ଗାନ୍ଧୀ ଛାତ୍ର ଫୋରମ ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ଭାରତ ରତ ରନୂ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଙ୍କ ୩୫ ତମ ତିରୋଧାନ ଦିବସ ଜୟନ୍ତୀ ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇସାରିଛି। ମୁଖ୍ୟ ଅତିଥି ଭାବେ – ଜଷ୍ଟିସ ଡି ପି ଚୌଧୁରୀ, ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ର ସଭାପତି – ସତ୍ୟ ବ୍ରତ ନାୟକ, କଂଗ୍ରେସ ଗଣ ମାଧ୍ୟମ ରେ ମୁଖ୍ୟ ଅଧକ୍ଷ -ଅରବିନ୍ଦ ଦାସ, ଫକୀରମୋହନ ସେନାପତି ମହାବିଦ୍ୟାଳୟ କୁଳପତି – ଡ. କୁମର ବର୍ ଦାସ ମହୋଦୟ ଏବଂ ଜଟଣୀ ର ପୂର୍ବତନ ମନ୍ତ୍ରୀ ଓ ଓଡିଶା ର ପ୍ରିୟ ସୁରେଶ ଚନ୍ଦ୍ର ରାଉତରାୟ ,(ସୁର ଭାଇ) ଭଳି ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ, ସ୍କାଉଟ ଭଳି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସୁରୀୟ ରାଜୀବ ଗାନ୍ଧୀଙ୍କ ପ୍ରତିଭା ସମ୍ଭ ସମ୍ମାନରେ ସମ୍ମାନିତ କରାଯାଇଛି।

ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ରାଜ୍ୟରୁ ୩୫ଜଣ ଏନ୍.ଏସ୍.ଏସ୍ ସ୍ବଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏଥି ମଧ୍ୟରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ଆଶୁତୋଷ ସାହୁ, ଓ ଶରଣକୁଳ ମହାବିଦ୍ୟାଳୟର ଛାତ୍ର ମିଥୁନ ସାହୁ, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ, ଆଡ଼କଟାର ଛାତ୍ର ବାପୁନୁ ବେହେରା ରାଜ୍ୟ ସ୍ଵରୀୟ ରାଜୀବ ଗାନ୍ଧୀ ପୁରସ୍କାର ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ପରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ନିଜ ମହାବିଦ୍ୟାଳୟରେ ସ୍ବେଛାସେବୀ ଆଶୁତୋଷ ସାହୁ ଙ୍କୁ ପୁନର୍ବାର ସଂମ୍ମାନିତ କରିଛନ୍ତି ଏବଂ , ଅଧ୍ୟାପକ, ଏନ୍.ଏସ୍.ଏସ୍ ପୋଗ୍ରାମ୍ ଅଫିସର ଜଗନ୍ନାଥ ମହାରଣା, ଅଶୋକ କୁମାର ସାହୁ, ତଥା ଅନ୍ୟାନ୍ୟ ବନ୍ଧୁ ବର୍ଗ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
