ପର୍ଯ୍ୟଟନ ବିଭାଗୀୟ ସଚିବଙ୍କ ଜଉଗଡ ଓ ତରାତାରିଣୀ ପୀଠ ପରିଦର୍ଶନ ।

ପୁରୁଷୋତ୍ତମପୁର:୨୫/୦୪/୨୬;ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ବିକାଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।ଏନେଇ ପର୍ଯ୍ୟଟନ ବିଭାଗର କମିଶନର-କମ-ସଚିବ ଶ୍ରୀ ବଲବନ୍ତ ସିଂଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଦଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ। ଏହି ଦଳ ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ବହୁ ପୁରାତନ ଐତିହ୍ୟ ଜଉଗଡ଼ ପର୍ଯ୍ୟଟନ ସ୍ଥଳକୁ ପରିଦର୍ଶନ କରିଥିଲେ । ସେଠାରେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ନେଇ ଏବଂ ଆକୃଷ୍ଟ କରିବାକୁ ବିସ୍ତୃତ ଆଲୋଚନା ହୋଇଥିଲା ।ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଗୁରୁତ୍ୱ ଦେଇଥିବା ସହ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀପୀଠ ମା’ ତାରାତାରିଣୀ ମନ୍ଦିରକୁ ପହଞ୍ଚିଥିଲେ। ମାଁଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ପରିସରରେ ଚାଲୁଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ସମୀକ୍ଷା କରିଥିଲେ । ବିଶେଷକରି ମନ୍ଦିରର ପାଦଦେଶରେ ହେଲିପେଡ ନିର୍ମାଣ ସହ ବିଭିନ୍ନ ପ୍ରକାର ଯୋଜନାକୁ ନେଇ ଅନୁଧ୍ୟାନ କରି ପର୍ଯ୍ୟଟକ ବୃଦ୍ଧି ନେଇ ଆଧୁନିକ ପ୍ରଣାଳୀରେ ସୁବିଧା ଉପରେ ଜୋର ଦିଆଯାଇଥିଲା।ଏହା ସହ ହୋଟେଲ ଶିଳ୍ପର ବିକାଶ ଓ ନିବେଶ ସହ ସ୍ଥାନୀୟ ରୋଜଗାର ସୃଷ୍ଟି ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମତ ବିନିମୟ ହୋଇଥିଲା। ଆଜିର ଏହି ପରିଦର୍ଶନ ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି.କୀର୍ତ୍ତୀ ଭାସନ, ସିଡିଓ-କମ-ଇଓ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ,ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା,ବିଡିଓ ଶରତ କୁମାର ପାତ୍ର ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଚିତ୍ରରେ ଏକ ନୁତନ ଦିଗ ଦେଖିବାରେ ମିଳିବ ବୋଲି ସ୍ଥାନୀୟ ଅଞ୍ଚଳବାସିନ୍ଦା ଆଶା ବାନ୍ଧିଥିବା ସାଧାରଣରେ ଶୁଣିବାରେ ମିଳୁଛି ।

Leave a Reply

Your email address will not be published. Required fields are marked *