ୱାର୍ଡ ମେମ୍ବର ଙ୍କ ପ୍ରଶିକ୍ଷଣ ଶିବିର
ଧରାକୋଟ :-୨୧/୦୮ ଧରାକୋଟ ବ୍ଲକ ବୈଠକ ଗୃହରେ ବ୍ଲକର ଅଠର ଗୋଟି ପଞ୍ଚାୟତ ର ନିର୍ବାଚିତ ୨୬୧ ଜଣ ୱାର୍ଡ ମେମ୍ବର ଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର ବିଡିଓ ଡେନିସ ବେହେରାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏଥିରେ ଏ ବି ଡି ଓ ସୁଶିଲ ପଟ୍ଟନାୟକ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ସାହୁ, ସି ପି ଲମ୍ବୋଦର ଗୌଡ଼, ବି ପି ଏମ ପ୍ରତାପ ସ୍ଵାଇଁ, ବି ପି ସି କୃଷ୍ଣକାନ୍ତ ପଣ୍ଡା, ବି ଏସ ଏସ ଓ ସଚିନ ପାତ୍ର , ସୁପରଭାଇଯର ରାଜଲକ୍ଷ୍ମୀ ପ୍ରଧାନ, ପି ଇ ଓ ଦେବରାଜ ନାୟକ, କାଳୁଚରଣ ସ୍ୱାଇଁ,ଅମୂଲ୍ୟ ରାଉଳ,ଅର୍ଚ୍ଚନା ମଲିକ, ଇସାକ ପ୍ରଧାନ, ଅଶୋକ ସେଠୀ ପ୍ରମୁଖ ଉପସ୍ଥିତ ରହି ପ୍ରଥମ ଦିବସରେ ଅଂଶ ଗ୍ରହଣ କରିଥିବା 66 ଜଣ ୱାର୍ଡ ମେମ୍ବର ଙ୍କୁ ଗ୍ରାମ ପଞ୍ଚାୟତ ଦ୍ଵାରା ପରିଚାଳିତ ସମସ୍ତ ଯୋଜନା ଓ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷ କରି ସ୍ବଚ୍ଛ ଭାରତ ଅଭିଯାନ, ପାନୀୟ ଜଳ ଯୋଗାଣ, ହର ଘର ଜଳ,ଗ୍ରାମୀଣ ଆବାସ ଗୃହ,ଜାତୀୟ ଖାଦ୍ୟ ନିରାପତ୍ତା ଆଇନ,ମିଶନ ଶକ୍ତି,ସାମାଜିକ ସୁରକ୍ଷା,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ପଞ୍ଚଦଶ ଅର୍ଥ କମିଶନ ଓ ଗ୍ରାମସଭା ବିଷୟରେ ୱାର୍ଡ ମେମ୍ବର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଆଗାମୀ ଦୁଇଦିନ ଧରି ଚାଲିବ ।
