ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟ କ୍ରମ

ଗଞ୍ଜାମ ଜିଲ୍ଲା , ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ସ୍ୱଚ୍ଛତା ହିଁ ସେବା ଓ ବଡ଼ ଖାନା କାର୍ଯ୍ୟ କ୍ରଣ ଅନୁଷ୍ଠିତ । ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ଶ୍ରୀ ଯୁକ୍ତ ଶିବ ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ l ତା ସହିତ ସୋରଡ଼ା ବ୍ଲକ ର ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ,ସୋରଡ଼ା ବି ଓ ସୁଶ୍ରୀ ପ୍ରିୟଦର୍ଶିନୀ ନାୟକ, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଅଜିତ କୁମାର ପଣ୍ଡା ,ସୋରଡା ମିଶନ ଶକ୍ତି ର ସି. ଡି.ପି.ଓ ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ଶିବ ଶଙ୍କର ପଣ୍ଡା , ଉପାଧ୍ୟକ୍ଷ ଶ୍ରୀମତୀ ଭାଗ୍ୟଲତା ଡାକୁଆ , ବିଜ୍ଞାପିତ ଅଞ୍ଚଳ ପରିଷଦର ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ମୁକ୍ତା ସଞ୍ଜଯୋକ ଜିତେନ୍ଦ୍ର କୁମାର ତ୍ରିପାଠୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉସିଲାର , ଉପସ୍ଥିତିରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟ କ୍ରମ ରେ ସମସ୍ତ ସ୍କୁଲ ଓ କଲେଜ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଓ ଅଞ୍ଚଳ ର ଅଧିବାସୀ ଙ୍କ ସହିତ ସ୍ଵଭାବ ସ୍ୱଚ୍ଛତା ସଂସ୍କାର ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ କରାଯାଇଥିଲା ଲୋକମାନେ କି ଭଳି ନିଜ ପରିବେଶ ସ୍ୱଚ୍ଛତା ଓ ନିର୍ମଳ ରଖି ନିଜ କୁ ସୁସ୍ଥ ସମାଜ ଗଠନ କରି ପାରିବେ ସେ ବିଷୟରେ ରେ ଲୋକଙ୍କୁ ଆଲୋକ ପାତ କରାଗଲା l ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟ କ୍ରମ ରେ ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ନିଜର ମତ ପ୍ରକାଶ କରିଥଲେ ଯେ ପ୍ରଥମେ ନିଜେ ସ୍ୱଚ୍ଛତା ରହିବା ଆବଶ୍ୟକ ନିଜେ ପ୍ଲାଷ୍ଟିକ ବୋତଲ ଓ ପଲ୍ ଥିନ୍ ରୁ ଦୂରେଇ ରହିବା ଆମ ଆଖପାଖରେ ବ୍ୟବହାର କରୁଥିବା ଲୋକମାନ ଙ୍କୁ ଦୂରେଇ ରହିବା ପାଇଁ କହିବ l ତେବେ ଯାଇ ଆମ ପରିବେଶ ସ୍ୱଚ୍ଛତା ରହିପାରିବ। ପରେ ସଫେଇ କର୍ମଚ଼ାରିଙ୍କୁ ସନ୍ନମାନିତ କରି ଖାଇବାକୁ ଦିଆଯାଇଥିଲା। ସୋରଡ଼ା ରୁ ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *