ଉର୍ଜାବାନ ଓଡିଶା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ ଓ ଖାଦ୍ୟ ବଣ୍ଟନ

ପୁରୀ ୧୫/୮- ଆଜି ଉର୍ଜାବାନ ଓଡିଶା ପରିବାର ତରଫରୁ ୭୫ ତମ ସ୍ଵାଧୀନତା ଦିବସ ପୁରୀ ସ୍ଥିତ ଛପନ ଛକ, ଲୋକନାଥ ରୋଡଠାରେ ସମର୍ପଣ ଭାଗବତ ଟୁଙ୍ଗି ଠାରେ ପତାକା ଉତ୍ତୋଳନ କରାଯାଇଥିଲା । ୭୫ ବର୍ଷରେ ଦେଶର ଜୟଯାତ୍ରା ତଥା ଦେଶର ନାଗରିକ ରୂପେ ଆମର କର୍ତ୍ତବ୍ଯ ଉପରେ ଆଲୋକପାତ କରିଥିଲେ । ସେହିପରି ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, କୋଷାଧକ୍ଷ ସୀତାରାମ ସେନାପତି, ଆଇନ ପରାମର୍ଶ ଦାତା ଅନିଲ କୁମାର ସାହୁ, ଉପସଭାପତି ସତ୍ୟଜିତ ମିଶ୍ର, ମନୋଜ ପାତ୍ର, ଗୌତମ ସାହୁ, ଦେବେନ୍ଦ୍ର ସୁବୁଦ୍ଧି, ସୌବଦ ପରିଡା ସତ୍ୟପ୍ରିୟ ସାହୁ, ଅଜୟ ମାଝୀ, ଚିନ୍ମୟ ଶତପଥୀ, ଜଗନ୍ନାଥ ପଣ୍ଡା, ଦେବଜିତ ଦାଶ, ଜଗନ୍ନାଥ ଷଡ଼ଙ୍ଗୀ, ସୌମ୍ୟ ରଞ୍ଜନ କର, ନୃସିଂହ ମହାରଣା ଆଦି ଉପସ୍ଥିତ ଥିଲେ। ଏହା ପରେ ସଂଗଠନ ପକ୍ଷରୁ ବାବା ଲୋକନାଥ ଭିକ୍ଷା ନିର୍ବୃତ୍ତ ସଂଘର ସମସ୍ତ ସଦସ୍ୟମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *