ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ସ୍ତନ କର୍କଟ ସଚେତନତା ଓ ସହାୟତା କାର୍ଯ୍ୟକ୍ରମରେ ୧,୪୦୦ରୁ ଅଧିକ ଲୋକଙ୍କୁ ସାମିଲ କରିଛି

ଭୁବନେଶ୍ୱର, ନଭେମ୍ବର ୩, ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ତନ କର୍କଟ ସଚେତନତା ମାସ ଅବସରରେ ଝାରସୁଗୁଡ଼ା, ଖଣି ଅଞ୍ଚଳ ଏବଂ ବାଲ୍‌କୋରେ ବିଭିନ୍ନ ସଚେତନତା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଗୋଷ୍ଠୀ ସମ୍ପୃକ୍ତିମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧,୪୦୦ରୁ ଅଧିକ ଲୋକ ଉପକୃତ ହେବା ସହ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ, କର୍କଟ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି, କର୍ମଚାରୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇ ସ୍ତନ କର୍କଟ ସମ୍ପର୍କରେ ସଚେତନ ଆଲୋଚନା, ସ୍ୱାସ୍ଥ୍ୟସେବାର ସୁଗମତା ଏବଂ ସମୟୋଚିତ ଚିକିତ୍ସାର ଗୁରୁତ୍ୱକୁ ନେଇ ଜନସଚେତନତା ବୃଦ୍ଧି କରିଥିଲେ।ପ୍ରତିବର୍ଷ ଅକ୍ଟୋବର ମାସରେ ବିଶ୍ୱବ୍ୟାପୀ ପାଳନ କରାଯାଉଥିବା ସ୍ତନ କର୍କଟ ସଚେତନତା ମାସର ଉଦ୍ଦେଶ୍ୟ ହେଉଛି ସ୍ତନ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବଢ଼ାଇବା, ରୋଗର ଶୀଘ୍ର ଚିହ୍ନଟକୁ ପ୍ରୋତ୍ସାହିତ କରିବା ଏବଂ ଠିକ୍ ସମୟରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା। ଏହି ଲକ୍ଷ୍ୟ ସହ ସମନ୍ୱୟ ରଖି ବେଦାନ୍ତ ଆଲୁମିନିୟମ ପକ୍ଷରୁ ସଚେତନତା ଅଧିବେଶନ, ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଶେଷଜ୍ଞ ଚିକିତ୍ସା ସହାୟତା ମାଧ୍ୟମରେ ସମୁଦାୟ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ରୋଗ ସମ୍ପର୍କିତ ଦ୍ୱିଧା ଓ ସାମାଜିକ ସଙ୍କୋଚ ଦୂର କରିବା ଏବଂ ସହାୟତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର କହିଥିଲେ, “ଏକ ସମୁଦାୟର ଜୀବନଧାରଣର ଗୁଣବତ୍ତା ଏହାର ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କିତ ସଚେତନତା ସହ ଗଭୀର ଭାବେ ଜଡ଼ିତ। ଏହି ସଚେତନତା ଗଢ଼ିତୋଳିବା ପାଇଁ ନିରନ୍ତର ସମ୍ପୃକ୍ତି, ଖୋଲା ଆଲୋଚନା ଏବଂ ଠିକ୍ ସମୟରେ ଉପଯୁକ୍ତ ଜ୍ଞାନ ଉପଲବ୍ଧ କରାଇବା ଆବଶ୍ୟକ। ସ୍ତନ କର୍କଟ ସଚେତନତା ମାସ ଏଭଳି ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ଓ ସକ୍ରିୟ ଆଭିମୁଖ୍ୟ ଗଢ଼ିତୋଳିବାର ସୁଯୋଗ ଦେଇଥାଏ। ଏହି ପଦକ୍ଷେପ ମାଧ୍ୟମରେ ଅଧିକ ସଚେତନ, ସକ୍ଷମ ଓ ସୁସ୍ଥ ସମୁଦାୟ ଗଠନରେ ଆମେ ଯୋଗଦାନ କରିବାକୁ ଆଶା କରୁଛୁ।”ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ, ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ସହ ମିଳିତ ଭାବେ ଦୁଇଦିନିଆ କର୍କଟ ରୋଗ ପରୀକ୍ଷା ଶିବିର ଆୟୋଜନ କରି ସ୍ଥାନୀୟ ଲୋକଙ୍କ ନିକଟରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପହଞ୍ଚାଇଥିଲା। ଏହି ଶିବିରରେ ପ୍ରାୟ ୧୪୫ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ପ୍ରାୟ ୩୫ ଜଣ ମହିଳାଙ୍କୁ ମାମୋଗ୍ରାଫି ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାସହ ୫୦ରୁ ଅଧିକ ମହିଳାଙ୍କ ପାଇଁ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା। ବିଶେଷଜ୍ଞ ଡାକ୍ତରୀ ଦଳ ଓ ମାମୋଗ୍ରାଫି ସୁବିଧା ସହାୟତାରେ ମହିଳାମାନେ ନିଜ ଘର ନିକଟରେ ପରାମର୍ଶ ଓ ପରୀକ୍ଷା ସୁବିଧା ପାଇବା ସହ ସ୍ତନ ଓ ଗର୍ଭାଶୟ ଗ୍ରୀବା ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଲା ଆଲୋଚନାର ସୁଯୋଗ ପାଇଥିଲେ।ଏହି ପଦକ୍ଷେପକୁ ନିକଟବର୍ତ୍ତୀ ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରି ବେଦାନ୍ତର ଖଣି କାର୍ଯ୍ୟକଳାପ ଅଧୀନରେ ବରତା ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ସ୍ୱତନ୍ତ୍ର ସ୍ତନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୩୦ ଜଣ ମହିଳା ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ଏବଂ କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଅଧିବେଶନରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା, ପ୍ରତିଷେଧକ ଯତ୍ନ ଏବଂ ସମୟୋଚିତ ଚିକିତ୍ସା ସହାୟତା ନେବାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।ବାଲ୍‌କୋରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ କର୍କଟ ରୋଗ ସହ ଜଡ଼ିତ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇଥିଲା। ଟାଇମ୍ସ ଅଫ୍ ଇଣ୍ଡିଆ ସହଯୋଗରେ ଆୟୋଜିତ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏହି ଅବସରରେ ବାଲ୍‌କୋ ମେଡିକାଲ ସେଣ୍ଟରରେ ଟୋଟାଲ ବଡି ଇରାଡିଏସନ୍ (ଟିବିଆଇ) ସେବା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା।ଅନ୍ୟପକ୍ଷରେ, ‘ସମର୍ଥ’ ରୋଗୀ ସହାୟତା ଓ ସୁସ୍ଥତା ସମାବେଶରେ ୧୦୦ରୁ ଅଧିକ କର୍କଟ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଯୋଗଦେଇ ନିଜର ସଂଘର୍ଷ, ଅନୁଭୂତି ଓ ମନୋବଳର କାହାଣୀ ବାଣ୍ଟିଥିଲେ। ଏହାସହ ପ୍ରାୟ ୫୦ ଜଣ ମହିଳାଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ, ଡାକ୍ତର ରାଜେନ୍ଦ୍ର ପଟେଲଙ୍କ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଆଲୋଚନାରେ ୩୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଯୋଗଦାନ ଏବଂ ‘ରାଇଡ୍ ଫର୍ ଏ କଜ୍’ ସାଇକ୍ଲୋଥନ୍ ମାଧ୍ୟମରେ ୧,୦୦୦ରୁ ଅଧିକ ସମର୍ଥକଙ୍କୁ ସାମିଲ କରାଯାଇଥିଲା।ଏହି ମାସବ୍ୟାପୀ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବାଲ୍‌କୋ ଓ ବାଲ୍‌କୋ ମେଡିକାଲ ସେଣ୍ଟର ପକ୍ଷରୁ ବେଦାନ୍ତ ଆଲୁମିନିୟମର ବିଭିନ୍ନ କାର୍ଯ୍ୟକ୍ଷେତ୍ରର କର୍ମଚାରୀଙ୍କ ପାଇଁ ‘ଆଶା, ଶକ୍ତି ଓ ସଚେତନତା: ସ୍ତନ କର୍କଟ ବିରୋଧରେ ଏକଜୁଟ’ ଶୀର୍ଷକ ଏକ ସମଗ୍ର କ୍ଷେତ୍ରଭିତ୍ତିକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ବିଶେଷଜ୍ଞ ଓ କର୍ମଚାରୀମାନେ ସ୍ତନ ସ୍ୱାସ୍ଥ୍ୟ, ରୋଗର ଶୀଘ୍ର ଚିହ୍ନଟ ଏବଂ ପ୍ରତିଷେଧକ ଯତ୍ନ ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରତ୍ୟେକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭିନ୍ନ ଥିଲେ ମଧ୍ୟ, ଏହା ସମସ୍ତେ ମିଶି ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ଖୋଲା ଆଲୋଚନା ଓ ସକ୍ରିୟ ସମ୍ପୃକ୍ତିର ଏକ ନୂଆ ଧାରାକୁ ପ୍ରତିଫଳିତ କରିଥିଲା। ଆଲୋଚନା, ଅଂଶଗ୍ରହଣ ଓ ଅନୁଭୂତି ବିନିମୟ ପାଇଁ ସୁଯୋଗ ସୃଷ୍ଟି କରି ଏହି କାର୍ଯ୍ୟକ୍ରମଗୁଡ଼ିକ ସମୁଦାୟକୁ ସ୍ତନ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସୁସ୍ଥତା ପ୍ରତି ଅଧିକ ସଚେତନ ଓ ସକ୍ରିୟ ହେବାକୁ ପ୍ରୋତ୍ସାହିତ କରିଥିଲା।

Leave a Reply

Your email address will not be published. Required fields are marked *