ମୁକୁଳା ଟ୍ରାନସଫର୍ମର କୁ ନେଇ ଗ୍ରାମବାସୀ ଆତଙ୍କିତ

ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତ ର ବରୀଗୁଡା ଗ୍ରାମର ମହାପୁର ମୂଳ ସାହିରେ ଘର ଆଗରେ ସମ୍ପୂର୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଏକ ମୁକୁଳା ଟ୍ରାନସଫର୍ମର। ଗ୍ରାମର ସିମାଞ୍ଚଳ ମହାନ୍ତି,ପୀତବାସ ମହାନ୍ତି,ସନ୍ତୋଷ ମହାକୁଡ଼ ଓ ସୁଦର୍ଶନ ଗୌଡ଼ ଙ୍କ ଘର ଆଗରେ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହା ଗ୍ରାମର ଏକ ମୁଖ୍ୟ ସାହି ହୋଇଥିବାରୁ ଏହି ସାହିଦେଇ ଛୋଟ ଛୋଟ ପିଲା ମାନେ ପାଠ ପଢିବା ପାଇଁ ଯାଉଥିବା ବେଳେ ଲୋକେ ଗାଈ,ବାଛୁରୀ,ବଳଦ ନେଇ ଚାଷଜମିକୁ ଯାଆନ୍ତି । ସେହିପରି ଗାଁ ଲୋକେ ନିଜ ନିଜ ର ନିତିଦିନିଆ କାମ ପାଇଁ ଏହି ରାସ୍ତାରେ ଯାତାୟାତ କରନ୍ତି । ଏହି ଟ୍ରାନସଫର୍ମର ରୁ ପ୍ରାୟ ୧୫୦ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଏହାର ଚାରିପଟେ ସୁରକ୍ଷା ବାଡ ଦିଆଯାଇନଥିବା ରୁ କେତେବେଳେ କିଛି ଅଘଟଣ ଘଟି ଧନ ଜୀବନ ବିପନ୍ନ ହେବ ତାହା କହିହେଉନାହି । ଏହା ଦ୍ବାରା ପ୍ରତ୍ୟକ୍ଷ ଭାବରେ ବିଶେଷ ପ୍ରଭାବିତ ହେଉଥିବା ପରିବାର ଲୋକେ ବିଦ୍ୟୁତ ବିଭାଗକୁ ବାରମ୍ବାର ଏହାର ସ୍ଥାନାନ୍ତର ପାଇଁ ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗାଁଲୋକେ ମଧ୍ୟ ଏହି ଟ୍ରାନସଫର୍ମର କୁ ଗାଁ କୋଠ ଜମିକୁ ଘୁଞ୍ଚାଇବାକୁ ଦାବୀ କରିଥିଲେ ମଧ୍ୟ ବିଭାଗର ଅଧିକାରୀ ମାନେ କୁମ୍ଭକର୍ଣ୍ଣ ନିଦରେ ସୋଇଯାଇଛନ୍ତି । ଏଣୁ ଅଘଟଣ ଘଟି ଧନ ଜୀବନ ନଷ୍ଟ ହେଲେହିଁ ବିଭାଗର ଚେତା ପଶିବ ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *