ଧର୍ମଶାଳା ସ୍ଥିତ ଭାରତୀୟ ଜନତା ପାର୍ଟି ଧର୍ମଶାଳା କାର୍ଯ୍ୟାଳୟ ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

ଏହି ମିଶ୍ରଣ ପର୍ବରେ ତଳମୂଳ ଶାସନ ପଞ୍ଚାୟତ ର ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ନେତୃତ୍ୱକୁ ସମର୍ଥ କରି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ୨୪ ବର୍ଷର ବିଜେଡି ସରକାରରେ ତଳମୂଳ ପଞ୍ଚାୟତ ରେ ଅନେକ ବିକାଶ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ନାପସନ୍ଦ କରିଛନ୍ତି ବିଜେଡି ଦଳର ବହୁ ଅସନ୍ତୁଷ୍ଟ କର୍ମୀ। ଆୟୋଜିତ ଏହି ମିଶ୍ରଣ ପର୍ବରେ ଚୋରମୁହାଁ ଗ୍ରାମପଞ୍ଚାୟତ, ଅଭୟପୁର ଗ୍ରାମପଞ୍ଚାୟତ, ଆରୁହା ଗ୍ରାମପଞ୍ଚାୟତ କୁମାରୀ ଗ୍ରାମପଞ୍ଚାୟତ ର ବହୁ ବିଜେଡି ସରପଞ୍ଚ, ସମିତିସଭ୍ୟ ୱାର୍ଡ ସଭ୍ୟଏବଂ ଯୁବ ଛାତ୍ର ବିଜେଡି କର୍ମୀ ମାନେ ବିଜେଡି ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେସର୍ବେଶ୍ୱର ବେହେରା, ଶ୍ରୀକାନ୍ତ ସାହୁ,ଆଲୋକ ଲେଙ୍କା, ଚନ୍ଦ୍ରମଣିପଣ୍ଡିତ, ଉପେନ୍ଦ୍ର କର, ରବୀନ୍ଦ୍ର ବରାଳ, ସବ୍ୟସଚି ସୁନ୍ଦର ରାୟ ଅଭିଷେକ ରାଉତ, ସୁଦାମ ସାହୁ, ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସମସ୍ତଙ୍କୁ ଦଳକୁ ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *