ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫ ଆଭାସୀ ଆଲୋଚନା ଚକ୍ର
ପୁରୀ- ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପୁରୀ ତରଫରୁ ସାପ୍ତାହିକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଚରଣରେ ଶ୍ରୀ ଜଗନ୍ନାଥ ବିଷୟ ଆଧାରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ପଣ୍ଡିତ ଆଶୁତୋଷ ପଣ୍ଡା ବୈଦିକ ମଙ୍ଗଳାଚରଣ ପାଠ କରିଥିଲେ। ମୁଖ୍ୟ ବକ୍ତା ଭାବେ ନାଇଜରର ପୂର୍ବ କୁଳସଚିବ ଡ଼ଃ ଅଭୟ କୁମାର ନାୟକ ତଥ୍ୟ ଓ ତତ୍ତ୍ଵ ଆଧାରରେ ମହାପ୍ରଭୁଙ୍କ ଐତିହ୍ୟ, ବେଶ ଓ ଦୈନିକ ପୂଜାରେ କିପରି ଆଚରଣର ଶ୍ରେଷ୍ଠତା ପ୍ରତିପାଦନ ହୋଇଛି ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଶ୍ରୀଯୁକ୍ତ ସୁରେଶ କୁମାର ଚୌଧୁରୀ ଗୀତ ଗୋବିନ୍ଦ ପାଠ ଓ ଶ୍ରୀମତୀ ହରପ୍ରିୟା ରଥ ଜଗନ୍ନାଥ ଭଜନ ଗାନ କରିଥିଲ । ଉକ୍ତ ସତସଙ୍ଗରେ ଡା. ବାବାଜୀ ଚରଣ ଦାଶ, ଡ. ପ୍ରଦୀପ ଚ଼ନ୍ଦ୍ର ଆଚାର୍ଯ୍ୟ, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଗୋଛିକାର, ପଣ୍ଡିତ ରବିନ୍ଦ୍ରନାଥ ମିଶ୍ର, ଡ. ନିଭା ମହାନ୍ତି, ଡ.ସସ୍ମିତା କର, ଅତୁଲ ଶର୍ମା, ନରେଶ କୁମାର, ମିଥିଲେଶ କୁମାର, ଅଞ୍ଜନା ସିଂ, ଶାନ୍ତିଲତା ମିଶ୍ର, ଗୋପବନ୍ଧୁ ମିଶ୍ରଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୫୦ ରୁ ଅଧିକ ଜଗନ୍ନାଥ ପ୍ରେମୀ ଭକ୍ତ ଅଂଶଗ୍ରହଣ କରିଥିଲେ । ସଂପାଦକ ଡ. ଶଶିକାନ୍ତ ରଥ ଜୟ ଧ୍ୱନି ଓ ଶ୍ରୀମାନ୍ ପ୍ରଣବ କୁମାର ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସୁଶ୍ରୀ ଚପଳା ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।
