ସୁକୁମାରୀ ମହୋତ୍ସବ -୨୦୨୬
ତା.୦୧.୧୧.୨୦୨୬ ସ୍ଥାନ.- ପୌରସଦନ, ପୁରୀଶ୍ରୀକ୍ଷେତ୍ରର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ସୁକୁମାରୀ କଳାକେନ୍ଦ୍ର”ର ପ୍ରଥମ ବାର୍ଷିକ ଉତ୍ସବ “ସୁକୁମାରୀ ମହୋତ୍ସବ -୨୦୨୬” ପୁରୀର ପୌର ସଦନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ମହୋତ୍ସବରେ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ରାଜ୍ୟ ବାହାରୁ ଆସିଥିବା କଳାକାରମାନେ ମୋହିନୀ ଆଟମ୍, କଥକ, ସତ୍ରିୟୀ, ଘୂମର, ରବୀନ୍ଦ୍ର ନୃତ୍ୟ, କଣ୍ଢେଇ ନାଚ ପରି ଅନେକ ପ୍ରକାର କଳାର ପ୍ରଦଶର୍ନ କରିଥିଲେ। ସମ୍ମାନନୀୟ ଅତିଥିଭାବେ ପୁରୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ଶ୍ରୀଯୁକ୍ତ ଶ୍ରୀମନ୍ତ କୁମାର ଦାଶ (ସଭାପତି ଚନ୍ଦ୍ରଶେଖର ଏକାଡେମୀ ଓ ଇଣ୍ଡୋ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍), ଶ୍ରୀଯୁକ୍ତ

ଜଗଦାନନ୍ଦ ମିଶ୍ର (ସମାଜ ସେବୀ), ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଓ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଳ, ଶ୍ରୀମତୀ ମିନତି ପ୍ରଧାନ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ, ଶ୍ରୀଯୁକ୍ତ ଆଶିଷ କୁମାର ଦାସ, ଶ୍ରୀଯୁକ୍ତ ନାରାୟଣ ପାଣ୍ଡେ , ଓଡ଼ିଶୀ ଗବେଷକ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଶତପଥୀ, ଗୀତିକାର ଶ୍ରୀଯୁକ୍ତ ଗଣେଶ୍ୱର ମହାପାତ୍ର ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନିତ କରିଥିଲେ। ଅନୁଷ୍ଠାନର ସଭାପତି ତଥା ନୃତ୍ୟଗୁରୁ ଶ୍ରୀମତୀ ଇତିଶ୍ରୀ ପଟ୍ଟନାୟକ ଅନୁଷ୍ଠାନ ତରଫରୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ଓ ଅନୁଷ୍ଠାନର ସଭ୍ୟସଭ୍ୟାମନେ ସହଯୋଗ କରିଥିଲେ।
