୨୦୨୭ ବର୍ଷ ନିମନ୍ତେ ୱାକର୍ସ କ୍ଲବର କର୍ମକର୍ତ୍ତା ମନୋନୀତ
ଅଦ୍ୟ ତା ୦୩.୧୧.୨୦୨୬ ରିଖ ପୂର୍ବାହ୍ନ ୭ ଘଟିକା ସମୟରେ ପ୍ରେମ ପାହାଡସ୍ଥ କମୁନିଟ ହଲରେ ସଭାପତି ୱାକର ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ବରେ ୨୦୨୬ ମସିହା ନଭେମ୍ବର ମାସର ନିର୍ଦ୍ଦେଶକମାନଙ୍କ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଥିଲା । ବୈଠକରେ ଚଳିତ ମାସର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତିମାନ ନିଆ ଯାଇଥିଲା । ତାପରେ ସଭାପତି ୨୦୨୭ ବର୍ଷ ନିମନ୍ତେ କ୍ଲବର କର୍ମକର୍ତ୍ତାମାନଙ୍କୁ ମନୋନୀତ କରିବା ପାଇଁ ଆହ୍ବାନ କରିଥିଲେ । ୱାକର ବଳରାମ ଚୌଧୁରୀଙ୍କ ପ୍ରସ୍ତାବ ଓ ୱାକର ରାଜେନ୍ଦ୍ର କୁମାର ସାହୁଙ୍କ ସମର୍ଥନ କ୍ରମେ ୱାକର ଜଳନ୍ଧର ପୁଷିକା ସଭାପତି; ୱାକର ସତ୍ୟବାଦୀ ପତିଙ୍କ ପ୍ରସ୍ତାବ ଓ ୱାକର କିଶୋର ଚନ୍ଦ୍ର ପଣ୍ଡାଙ୍କ ସମର୍ଥନ କ୍ରମେ ୱାକର ରୁଦ୍ର ପ୍ରସାଦ ଚୌଧୁରି ଉପ-ସଭାପତି-ଏକ; ୱାକର ସୁନୀଲ କୁମାର ପଣ୍ଡାଙ୍କ ପ୍ରସ୍ତାବ ଓ ୱାକର କାଣ୍ଟୁ ରାମାରାଓଙ୍କ ସମର୍ଥନ କ୍ରମେ ୱାକର ମନୋଜ କୁମାର ଗନ୍ତାୟତ ଉପ-ସଭାପତି–ଦୁଇ; ୱାକର କିଶୋର ଚନ୍ଦ୍ର ପଣ୍ଡାଙ୍କ ପ୍ରସ୍ତାବ ଓ ୱାକର ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସମର୍ଥନ କ୍ରମେ ୱାକର ଆନନ୍ଦ ଚନ୍ଦ୍ର ସେନାପତି ସମ୍ପାଦକ; ୱାକର ବ୍ରଜ ସୁନ୍ଦର ନାୟକଙ୍କ ପ୍ରସ୍ତାବ ଓ ୱାକର ରୁଦ୍ର ପ୍ରସାଦ ଚୌଧୁରୀଙ୍କ ସମର୍ଥନ କ୍ରମେ ୱାକର ଏମ୍. ହରି ପ୍ରସାଦ ଯୁଗ୍ମ-ସଂପାଦକ ; ୱାକର ରାଜେନ୍ଦ୍ର କୁମାର ସାହୁଙ୍କ ପ୍ରସ୍ତାବ ଓ ୱାକର ବ୍ରଜ ସୁନ୍ଦର ନାୟକଙ୍କ ସମର୍ଥନ କ୍ରମେ ୱାକର ରାମଚନ୍ଦ୍ରୁଡୁ ସାହୁକାର କୋଷାଧ୍ୟକ୍ଷ ; ୱାକର ସୁନୀଲ କୁମାର ପଣ୍ଡାଙ୍କ ପ୍ରସ୍ତାବ ଓ ୱାକର ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସମର୍ଥନ କ୍ରମେ ୱାକର ବାସିନା ଦାଲିରାଜୁ ଲୋକ ସମ୍ପର୍କ ଅଧିକାରୀ–ଏକ ; ୱାକର ଡକ୍ଟର ବାବୁରାଓ ମହାନ୍ତିଙ୍କ ପ୍ରସ୍ତାବ ଓ ସମର୍ଥନ କ୍ରମେ ୱାକର ତ୍ରିପତି ପଣ୍ଡା ଲୋକ ସମ୍ପର୍କ ଅଧିକାରୀ–ଦୁଇ ; ୱାକର ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ପ୍ରସ୍ତାବ ଓ ୱାକର ବ୍ରଜ ସୁନ୍ଦର ନାୟକଙ୍କ ସମର୍ଥନ କ୍ରମେ ୱାକର ପ୍ରଣିପ୍ତ କୁମାର ପାତ୍ର ଜଲି ୱାକର ରୂପେ ମନୋନୀତ ହୋଇ ଥିଲେ । ସମସ୍ତ ମନୋନୀତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରା ଯାଇଥିଲା । ଶେଷରେ କ୍ଲବର ସମ୍ପାଦକ ୱାକର ମନ୍ମଥ ତୁଳ ଧନ୍ୟବାଦ ଅର୍ପଣ କରି ଥିଲେ ଏବଂ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ ।
