ବିଶ୍ୱ ରକ୍ତଦାନ ଦିବସ ଅବସରରେ ଠାକୁରଗଡ଼ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ l

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ସଭାଗୃହ ପରିସର ମଧ୍ୟରେ ବିଶ୍ୱ ରକ୍ତଦାନ ଦିବସ ଅବସରରେ ଆଠମଲ୍ଲିକ ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ଟିକୁ ସ୍ଥାନୀୟ ସରପଞ୍ଚ ଚାରୁଲତା ମିଶ୍ର ଓ ଆଠମଲ୍ଲିକ ଓକିଲ ସଙ୍ଘ ସଭାପତି ଶୁଶାନ୍ତ କୁମାର ମହାପାତ୍ର ଜଗତରନାଥ ଜଗନ୍ନାଥ ଙ୍କ କର କମଳରେ ଧୂପ ଲଗାଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ରକ୍ତଦାତା ଙ୍କ ନାମ ପଞ୍ଜିକରଣ କରି ରକ୍ତ ନମୁନା ପରୀକ୍ଷା କରି ରକ୍ତ ସଂଗ୍ରହ କରାଯାଇଥିଲା l ଡ଼କ୍ଟର ସ୍ଵାଗତିକା କରଡ଼ିଆ ଷ୍ଟାପନର୍ସ ସ୍ନିଗ୍ଧାରାଣୀ ସିଂହ, ଲାବୋଟେରିସିଆନ ମୁକେଶ କୁମାର ଦେହୁରୀ,ଷ୍ଠାପ ଶୁଶାନ୍ତ କୁମାର ସାହୁ, ଅନିଲ ବେହେରା,ମନୋରଞ୍ଜନ ବେହେରା, ରେଜିଷ୍ଟେସନ ରବୀନ୍ଦ୍ରନାଥ ମହନ୍ତି, ରାକେଶ କୁମାର ଦତ୍ତ, ରାଧାମୋହନ ତ୍ରିପାଠୀ, ବିନୟକୁମାର ବିଶ୍ୱାଳ, ଷ୍ଟାପ ଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା l ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ସମାଜସେବୀ ଶତ୍ରୁଘନ ସାହୁ, ଜିଲ୍ଲା ସାମ୍ବାଦିକ ସଭାପତି ଅଜିତ କୁମାର ଧର, ସମ୍ପାଦକ ରାଜେଶ ସାକସେରିଆ, ଧନଞ୍ଜୟ ନାୟକ, କରୁଣାକର ନାୟକ, ଗୋବିନ୍ଦ ଚନ୍ଦ୍ର ନାୟକ ଙ୍କ ସୌଜନ୍ୟ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ଅଶ୍ୱନୀ କୁମାର ସ୍ୱାଇଁ, ରିତେଶ କୁମାର ରାଉତ, ଦେଶରାଜ ପ୍ରଧାନ, ଅନଙ୍ଗ ସ୍ୱାଇଁ, ପଦ୍ମନ କୁମାର ସ୍ୱାଇଁ, ଅଭିଷେକ ସ୍ୱାଇଁ ପ୍ରମୁଖ ଖୁଵ ଶାନ୍ତି ଶୃଙ୍ଖଳା ରେ ସହଯୋଗ କରିଥିଲେ l ଆସନ୍ତୁ ମୁଖ୍ୟ ଅତିଥି ଓ ରକ୍ତ ଦାତା ଙ୍କ ଠାରୁ ପ୍ରତିକ୍ରିୟା ନେବା ସେମାନେ କଣ କହୁଛନ୍ତି

Leave a Reply

Your email address will not be published. Required fields are marked *