ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯୋଗଦାନ ଅନନ୍ୟ

।ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯୋଗଦାନ ଅନନ୍ୟ।ପୁରୀ ୬/୩ ମହିଳା ମାନେ ସମାଜର ପ୍ରଗତିର କର୍ଣ୍ଣଧାର।ଆଜିର ସମୟରେ ସାମାଜିକ,ଦେଶର ସୁରକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ ମହିଳା ମାନଙ୍କ ଅବଦାନ ଓ ଯୋଗ ଦାନ ଉତ୍ସାହ ଜନକ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମହିଳା ମାନେ ଦୁର୍ବଳ ବା ଅସହାୟ ନୁହନ୍ତି।ଆଜିର ସମୟରେ ମହିଳା ମାନେ ଦେଶ ଶାସନ ଠାରୁ ଆରମ୍ଭ କରି ଦେଶ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରେ ପାରଦର୍ଶିତା ଦେଖାଇଛନ୍ତି।ଆମ ଓଡିଶା ମାଟିର ଝିଅ ରାଷ୍ଟ୍ରପତି ହେବା ଏହାର ଗୌରବକୁ ବୃଦ୍ଧି କରିଛି। ଆଜିର ମା ମାନେ ସେମାନଙ୍କ ଦକ୍ଷତାର ଉପଯୋଗ କରି ଦେଶର ସମ୍ବଳ ଭାବେ ଉଭା ହୋଇଛନ୍ତି ବୋଲି କହିବା ସହ ପ୍ରତିଟି ଦିବସ ମହିଳା ଦିବସ ବୋଲି ଶ୍ରୀ ବେହେରା କହିଥିଲେ। ଏ ଡି ଏମ ଓ ଡା ଚନ୍ଦ୍ର କାନ୍ତି ଆଚାର୍ଯ୍ୟ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଡିପିଏଚସିଓ ରବିନ୍ଦ୍ର କୁମାର ପ୍ରଧାନ ପ୍ରଧାନ ପ୍ରମୁଖ ଯୋଗ ଦେଇ ମହିଳାଙ୍କ ବିନା ପରିବାରର ସ୍ଥିତି ଦୁର୍ବଳ ହୋଇଥାଏ । ସମାଜରେ ମହିଳା ମାନଙ୍କୁ ଉପଯୁକ୍ତ ସମ୍ମାନ ନ ଦେଲେ ଓ ସେମାନଙ୍କ ପ୍ରତିଭାର ବିକାଶ ନ ଘଟିଲେ ସମାଜ ଦୁର୍ବଳ ହୋଇଯିବ।ଆଜି ସବୁ କ୍ଷେତ୍ରରେ ମହିଳା ମାନେ ଅଗ୍ରଗତି କରିଛନ୍ତି।ସେମାନଙ୍କ ସାମଗ୍ରିକ ବିକାଶ ଆଜିର ଦିବସର ସଂକଳ୍ପ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ସଭାପତିତ୍ୱ କରିବା ସହ ଜିଲ୍ଲାରେ ମହିଳା ମାନଙ୍କ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ସିଡ଼ିପିଓ ସୁପରଭାଇଜର ,ଅଙ୍ଗନବାଡ଼ି କର୍ମୀ ଓ ସହାୟକ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶେଷରେ ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୋଷଣ ଜିଲ୍ଲା ସଂଯୋଜିକା ସସ୍ମିତା କର୍ମକାର ଓ ଡିପିସି ମମତା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *