ଯୁବ ସମାଜ ସେବୀଙ୍କ ବିଜେପିରେ ଯୋଗଦାନ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘାରପୋଖରୀ ଠାରେ ବିଜେପି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଯୁବ ସମାଜ ସେବୀ ଅରୁଣ ମହାନ୍ତି ଙ୍କ ନେତୃତ୍ୱ ରେ ଅନେକ ଯୁବକ ଙ୍କ ସହିତ ବିଜେଡି ଓ କଂଗ୍ରେସ ର ଅନେକ କର୍ମୀ ବିଜେପି ରେ ଯୋଗ ଦାନ କରିଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠି, ପୂର୍ବତନ ବିଧାୟକ ପାର୍ଥୀ ଅଶୋକ ସାହୁ, ଜିଲ୍ଲା ଉପସଭାପତି ଉଦୟ ନାରାୟଣ ମଲ୍ଲିକ, ପରେଶ ସାହୁ ବିମ୍ବାଧର ଜେନା, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହି ମିଶ୍ରଣ ପର୍ବ ପରେ ରାଜଘାରପୋଖରୀ ପଂଚାୟତ ରେ ବିଜେପି ତାର ଶକ୍ତି ବୃଦ୍ଧି କରିବା ସହିତ ପଂଚାୟତ ନିର୍ବାଚନ ଜିତିବାକୁ ଆଶା ରଖିଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
