ଘର କାନ୍ଥରେ ସୁଇସାଇଡ ନୋଟ ଲେଖି ଯୁବକଙ୍କ ଆତ୍ମହତ୍ୟା।
-ଘର କାନ୍ଥରେ ସୁଇସାଇଡ ନୋଟ ଲେଖି ଯୁବକଙ୍କ ଆତ୍ମହତ୍ୟା। ସ୍ତ୍ରୀର ପ୍ରେମ ସମ୍ପର୍କ ନେଇ ପୁଅ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ସରବେରେଣୀ ଗାଁରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ। ନିଜ ଘର କାନ୍ଥରେ ସୁଇସାଇଡ ନୋଟ ଲେଖି ଘର ପାଖ ଆମ୍ବ ଗଛରେ ଆତ୍ମହତ୍ୟା କରିଛନ୍ତି ଯୁବକ। ମୃତ ଯୁବକ ଜଣଙ୍କ ସରବେରେଣୀ ଗାଁର ଅଥାନୀ ମହାଭୋଇଙ୍କ ବଡ଼ପୁଅ ରାକେଶ ମହାଭୋଇ। ରାକେଶ ୨୦୨୧ ମସିହା ଜୁଲାଇ ମାସରେ ବୈଦିକ ରୀତିରେ ଢେଙ୍କାନାଳ ସହରରେ ବିବାହ କରିଥିଲେ।ବିବାହ ପରଠାରୁ ବୋହୂ ବାପ ଘରେ ରହି ଆସୁଥିବା ଅଭିଯୋଗ କରିଛନ୍ତି ରାକେଶଙ୍କ ମାଆ।

ଏପରିକି ତାଙ୍କର ଅନ୍ୟତ୍ର ସମ୍ପର୍କ ଥିବା କାରଣରୁ ପୁଅ ତାଙ୍କୁ ବାରଣ କରିଥିବା ସେ ପ୍ରକାଶ କରିଛନ୍ତି। ମାନସିକ ଚାପରେ ଥିବା ରାକେଶ ନିଜ ବେଡ଼ ରୁମର ତିନୋଟି କାନ୍ଥରେ ୪ଟି ପାର୍ଟରେ ନିଜ ମନର ବେଦନାକୁ ପ୍ରକାଶ କରିଛନ୍ତି। ଏପରିକି ତାଙ୍କ ମୃତ୍ୟୁରେ ବାପା ମାଆ କୌଣସି ଦାୟୀ ନଥିବା ସେ ପ୍ରକାଶ କରିଛନ୍ତି। ଆଜି ତାଙ୍କର ମୃତ ଦେହ ଘର ପାଖରେ ଥିବା ଏକ ଆମ୍ବ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରି ଦେଇଛି।
