ବିଦ୍ୟୁତ କାଟିବାକୁ ନେଇ ୧୨ ଘଣ୍ଟିଆ ବନ୍ଦଫର୍ମାଟ
ବିଦ୍ୟୁତ କାଟ ୧୨ ଘଣ୍ଟିଆ ବନ୍ଦ କରିବା ସହ କଙ୍କଡାହାଡ଼ ବିଦ୍ୟୁତ କାର୍ଯ୍ୟାଳୟ ଘେରlଉ।ଏଠାରେ ସବୁବେଳେ ବିଦ୍ୟୁତ କାଟ ଲାଗିରହିଛି l ବିଭିନ୍ନ ସମୟରେ ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କ ରେ ବିଦ୍ୟୁତବିଭାଗ ଓ ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହେଉନାହିଁ।ଫଳରେ ଆଜି ବନ୍ଦ ଡାକରା ଦେଇଛନ୍ତି ଅଞ୍ଚଳବାସୀ l ବାରମ୍ବାର ବିଦ୍ୟୁତ କାଟ ବିଷୟରେ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇଥିଲେ ମଧ୍ୟ କାହାର ଦୃଷ୍ଟି ପଡିନାହିଁ। ବିଦ୍ୟୁତ ବିଭାଗ ଅଧିକାରି ସବୁବେଳେ ସମାଧାନର ପ୍ରତିଶୃତି ଦେଇଛନ୍ତି। କୌଣସି ସୁଫଳ ମିଳିପାରି ନାହିଁ।ତେଣୁ ବାଧ୍ୟ ହୋଇ ଆଜି କଙ୍କଡାହାଡ଼ ବଜାର କୁ ୧୨ ଘଣ୍ଟିଆ ବନ୍ଦ କରିବା ସହ ବିଦ୍ୟୁତ କାର୍ଯ୍ୟାଳୟ କୁ ଘେରାଉ କରାଯାଇଛି l
