ଶାନ୍ତି ଶକ୍ତି ଭଵନରେ ଶିକ୍ଷକ ସମ୍ମାନ ସମାରୋହ
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ଆଜି ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଶିକ୍ଷକ ସମ୍ମାନ ସମାରୋହ ପାଳିତ ହୋଇଯାଇଛି l ଏହି ଅବସରରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ତଥା ମାନବ ସେବା ସମିତି ଆବାହକ ଗଣେଶ ରଥ, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ରଥ,ରାଜ୍ୟପାଳ ସମ୍ମାନ ପ୍ରାପ୍ତ ବରିଷ୍ଠ ଶିକ୍ଷକ ଏ ଯୁଧିଷ୍ଠିର ଦୋରା,ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୂର୍ଗା ପଣ୍ଡା ଓ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବ୍ରହ୍ମାକୁମାର ପଞ୍ଚାନନ ସ୍ଵାଇଁ ଙ୍କୁ ସମ୍ମାନିତ କରାଯାଇଥିଲା l

କାର୍ଯ୍ୟକ୍ରମରେ ମଞ୍ଚାସୀନ ସମସ୍ତ ବରେଣ୍ୟ ଶିକ୍ଷକ ସେମାନଙ୍କ ଆଶୀର୍ବଚନ ପ୍ରଦାନ ପୂର୍ବକ ସମସ୍ତଙ୍କୁ ସମାଜର ସର୍ବାଙ୍ଗୀନ ବିକାଶ ଧାରାରେ ସହଯୋଗୀ ହୋଇ ଆଗକୁ ବଢିବା ପାଇଁ ଆହ୍ଵାନ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l
