ନରହନ୍ତା ଦନ୍ତା ହାତୀ ଆକ୍ରମଣ ରେ ୨ ବୃଦ୍ଧାଙ୍କ ମୃତ୍ୟୁ

କାମାକ୍ଷାନଗର :- ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ରେ ନର ହନ୍ତା ଦନ୍ତା ହାତୀ ଆକ୍ରମଣ ରେ ୨ ଜଣ ବୃଦ୍ଧ ଓ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି । ଜଣେ ବୃଦ୍ଧ ହେଉଛନ୍ତି ଖାଲପାଳ ଗ୍ରାମର ଅଲେଖ ନାୟକ ଓ ଅନ୍ୟ ବୃଦ୍ଧା ଜଣକ ହେଉଛନ୍ତି ପରଜଙ୍ଗ ଗଣ୍ଡତଇଲା ଗ୍ରାମର ବାରି ନାୟକ। ସୂଚନା ମୁତାବକ ପ୍ରଥମେ ଖାଲପାଳ ର ଅଲେଖ ନାୟକ ତାଙ୍କ ଘର ପଛ ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ନର ହନ୍ତା ଦନ୍ତା ହାତୀ ଟି ତାଙ୍କୁ ଆକ୍ରମଣ କରିଥିବା ବେଳେ, ପରେ ପରଜଙ୍ଗ ଗଣ୍ଡ ତଇଲା ର ବାରି ନାୟକ ତାଙ୍କ ଘର ପଛ ପାଖ ପଡିଆ କୁ ଶୌଚ ପାଇଁ ଯାଇଥିବା ବେଳେ ହାତୀଟି ଆକ୍ରମଣ କରିଛି । ତେବେ ଘଟଣା ସ୍ଥଳରେ ହିଁ ୨ ଜଣକ ର ମୃତ୍ୟୁ ହୋଇଛି । ସେପଟେ ଏ ନେଇ ବନ ବିଭାଗ ହାତୀ ଗତି ପଥ ଉପରେ ନଜର ରଖିଥିବା ବେଳେ, ହାତୀ ଟି ଏବେ ବାରବାଙ୍କ ସରଂକ୍ଷିତ ଜଙ୍ଗଲ ରେ ଥିବା ବନ ବିଭାଗ ସୂଚନା ଦେଇଛି । ସେପଟେ ହାତୀ ଆକ୍ରମଣ ଗୋଟିଏ ଦିନରେ ୨ ଜଣ ଙ୍କ ମୃତ୍ୟୁ କୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ । ସେହିଭଳି ଗତ ଗୁରୁବାର ରାତିରେ ଏକ ଦନ୍ତାହାତୀ କାମାକ୍ଷାନଗର ସହର ମଧ୍ୟରେ ପଶି ଉତ୍ପାତ ମଚେଇ ଥଲା। ଫଳରେ ସହରବାସୀ ଏକରକମ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗ ଏଠି ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଲୋକେ ଏଠି ଘରୁ ବାହାରିବା ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *