ଅଭିଯୁକ୍ତ ଅନିଲ କୁମାର ସାବରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦,୦୦୦/- ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ପ୍ରେସ ବିଜ୍ଞପ୍ତି ଅଭିଯୁକ୍ତ ଅନିଲ କୁମାର ସାବରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦,୦୦୦/- ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
କୃଷ୍ଣପ୍ରସାଦ ଥାନା ମାମଲା ନଂ-୮୩/୨୦୨୩ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଠକେଇ ମାମଲାରେ ଆଜି ମାନ୍ୟବର ASJ-CJM, ପୁରୀ ଙ୍କ ଅଦାଲତ ଅଭିଯୁକ୍ତ ଅନିଲ କୁମାର ସାବରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦,୦୦୦/- ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ଉକ୍ତ ମାମଲା କୃଷ୍ଣପ୍ରସାଦ ଥାନାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦/୪୦୯/୪୬୮/୪୭୧/୩୪ ଅନୁସାରେ ରୁଜୁ ହୋଇଥିଲା। ତଦନ୍ତରେ ପ୍ରକାଶ ପାଇଥିଲା ଯେ ଅଭିଯୁକ୍ତ ଅନିଲ କୁମାର ସାବର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ମାଲୁଦ ଶାଖାରେ କାର୍ଯ୍ୟରତ ଥିବା ସମୟରେ ଗ୍ରାହକମାନଙ୍କର ଖାତାରୁ ଅନଧିକୃତ ଭାବେ ଟଙ୍କା ଡେବିଟ କରି NEFT/RTGS/IMPS ମାଧ୍ୟମରେ ଅନ୍ୟାନ୍ୟ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଥିଲେ। ଏଥିସହ ଗ୍ରାହକଙ୍କ ଠାରୁ ନଗଦ ଟଙ୍କା ଗ୍ରହଣ କରି ତାହାକୁ ସମ୍ବନ୍ଧିତ ଖାତାରେ ଜମା ନକରି ଆତ୍ମସାତ କରିଥିବା ଅଭିଯୋଗ ଥିଲା। ତଦନ୍ତ କାଳୀନ ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟ ଅନୁଯାୟୀ ମୋଟ ଠକେଇ ରାଶି ପ୍ରାୟ ₹୭୭,୧୮୭୬୨.୬୬/- ଟଙ୍କା ଥିବା ଜଣାପଡିଥିଲା। ମାମଲାର ତଦନ୍ତ ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ଚନ୍ଦ୍ରଶେଖର ନାୟକଙ୍କ ଦ୍ୱାରା ସଫଳତାର ସହ କରାଯାଇଥିଲା। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ଏହି ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ବିଶେଷ ଗୁରୁତ୍ୱ ଦେଇଥିଲେ। ତାଙ୍କ ନିର୍ଦ୍ଦେଶନାୟ ସମସ୍ତ ଆବଶ୍ୟକୀୟ ଦଳିଲ, ସାକ୍ଷ୍ୟ ଓ ପ୍ରମାଣକୁ ସୁସଂଗଠିତ ଭାବରେ ଅଦାଲତରେ ଉପସ୍ଥାପନ କରାଯାଇଥିଲା, ଯାହାର ପରିଣାମସ୍ୱରୂପ ଆଜି ଅଭିଯୁକ୍ତଙ୍କ ବିରୋଧରେ ଦୋଷ ସାବ୍ୟସ୍ତ ହୋଇପାରିଛି। ମାମଲାର ବିଚାରଣା ସମୟରେ APP ସରକାର ପକ୍ଷରୁ ସଫଳତାର ସହ ମକଦମା ପରିଚାଳନା କରିଥିଲେ। ସାକ୍ଷ୍ୟ ପ୍ରମାଣ ଓ ଦଲିଲାଦିକୁ ଆଧାର କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପୁରୀ ପୋଲିସ ଆର୍ଥିକ ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ସାଧାରଣ ଲୋକଙ୍କ ଆର୍ଥିକ ସୁରକ୍ଷା ପ୍ରତି ସଦା ପ୍ରତିବଦ୍ଧ।
