ମାଆ
ମାଆ
(ପ୍ରକୃତି ବନ୍ଧୁ ହରିହର ସାହୁ)
ମାଆ ମୋ ମାଆ
ଜୀବନ ରୂପକ ନାଟକ ପଥରେ
ତୁହି ମୋର ଏକା ସାହା
ମାଆ ମୋ ମାଆ —-
କେତେ କଷ୍ଟ କରି ଗଢିଛୁ ଲୋ ମାଆ
ନ ଖାଇ ନ ପିଇ ତୁହି
ପାଠ ପଢାଇଛୁ ଜୀବନ ଗଢିଛୁ
ତୁହି ମୋର ମାଆ ସେହି
ମାଆ ମୋର ମାଆ —
ତୋହରି କୋଳରେ ଝାଡା ମୁଁ କରିଛି
କରିଛି କେତେ ପରିସ୍ରା
ଘୃଣା କରିନାହୁଁ ମାଆ ଲୋ ମୋତେ ତୁ
ଦେଇଛୁ କେତେ ଶୁଭେଚ୍ଛା
ମାଆ ମୋର ମାଆ —
ପେଟ କୁ ଚିହ୍ନିଚୁ ପାଟି କୁ ଜାଣିଛୁ
ଖୋଇଛୁ କେତେ ବ୍ୟଞ୍ଜନ
ମନେ ରହିଅଛି ମାଆ ଲୋ ତୋହର
ହୃଦୟ ର ତୁ ଚନ୍ଦନ
ମାଆ ମୋର ମାଆ —
ତୋର ଡାକ କେତେ ସୁ ମଧୁର ମାଆ
ପଣତ କାନି ମୋ ଭାଗ୍ୟ
ଆଶିଷ ଢାଳିଛୁ ମୋହର ଉପରେ
ସତେ କଣ ମୁହିଁ ଯୋଗ୍ୟ
ମାଆ ମୋର ମାଆ —
ତୋହର ପଣତ ଶ୍ରୀ ମନ୍ଦିର ନେତ
ଆଶିଷ ଦିଅଇ ଢାଳି
କୈବଲ୍ୟ ଅଟଇ ତୋହର ଅଇଁଠା
ସତେ ଅବା ସୁନା ଥାଳି
ମାଆ ମୋର ମାଆ —
ବଞ୍ଚିଥିବା ଯାଏ କେବେ ହେଲେ ମା ଲୋ
ତୋତେ ମୁଁ ଭୁଲିବି ନାହିଁ
ହରି ହରି ଡାକ କେତେ ସେ ମଧୁର
କାହାଠୁ ପାଇବି ନାହିଁ
ମାଆ ମୋର ମାଆ —
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ ଓଡ଼ିଶା ୭୫୯୦୧୬
