ନଅ ବାଇକ ଜବତ, ୨ ଗିରଫ

ଭଦ୍ରକ ଟାଉନ ଥାନା ପୁଲିସ ଆଜି ଆଉ ୯ଟି ବାଇକ୍ ଜବତ କରିଛି। ଏହି ଚୋରି ରାକେଟର ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୯ ତାରିଖ ଭଦ୍ରକ ତାରିଣୀ ଫର୍ଣିଚର ନିକଟରୁ ଏକ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ୬୨୭/୨୪ରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜକୁ ଆଧାର କରି ୨ ଚୋରଙ୍କ ନିକଟରେ ପହଞ୍ଚିଥିଲା। ସେମାନଙ୍କୁ ଆଣି ପଚରାଉଚରା କଲାପରେ ବିଭିନ୍ନ ସ୍ଥାନରେ ଚୋରି କରି ରଖିଥିବା ୯ ବାଇକ ବାବଦରେ ପୁଲିସ ତାହାକୁ ଉଦ୍ଧାର କରିଥିଲା। ଏବେ ସୁଦ୍ଧା ଟାଉନ ଥାନା ପକ୍ଷରୁ ୬୧ଟି ଚୋରି ବାଇକ ଉଦ୍ଧାର କରାଯାଇଥିବା ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ଅଂଶୁ ମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *