ସୁଜୁକି ଓମନିକୁ ଧକ୍କା ଦେଲା ଟ୍ରକ,୧ମୃତ ୩ଗୁରୁତର ୨ ଆହତ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଜିରିଡାମାଳି ବାଇପାସ ନିକଟରେ ସୁଜୁକି ଓମନି ଗାଡିକୁ ଧକ୍କା ଦେଲା ଟ୍ରକ। ଟ୍ରକ ଧକ୍କାରେ ୧ମୃତ ୩ ଜଣ ଗୁରୁତର ଏବଂ ୨ ଜଣ ଆହତ ହୋଇଛନ୍ତି।ମୃତକ ଜଣଙ୍କ କଙ୍କଡ଼ାହାଡ଼ ଥାନା କଲଦା ଗାଁର ନିରଞ୍ଜନ ପ୍ରଧାନ। ଏବଂ ଗୁରୁତର ଓ ଆହତ ମାନେ ମଧ୍ୟ କଲଦା ଗାଁର ହୋଇଥିବା ସୂଚନା ରହିଛି । ସମସ୍ତେ ଏକ ସୁଜୁକି ଓମନି ଗାଡ଼ିରେ ଭୁବନେଶ୍ୱର ଚିକିତ୍ସା ପାଇଁ ଯାଉଥିବା ବେଳେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଗାଡି ଛାଡି ଫେରାର ମାରିଥିବା ଜଣାପଡିଛି। ସେପଟେ ଜିରିଡାମାଳି ବାଇପାସରେ ବାରମ୍ବାର ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ଦେଖିବାକୁ ମିଳିଛି।

ଫଳରେ ତାଳଚେର -ଡ଼ୁବୁରୀ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ଗୁରୁତର ଓ ଆହତ ମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଟାଟା ମ୍ୟାଜିକ ଗାଡ଼ିରେ ୬ ଜଣ ଯାତ୍ରୀ ଥିବା ସୂଚନା ରହିଛି। ଘଟଣା ସ୍ଥଳକୁ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏବଂ କାମାକ୍ଷାନଗର ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରହିଛି।

Leave a Reply

Your email address will not be published. Required fields are marked *