ଭତ୍ତା ପାଇବା ପାଇଁ ଭୋଗୁଛନ୍ତି ଯନ୍ତ୍ରଣା

ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡି ପଂଚାୟତର ବୃଦ୍ଧ ବୃଦ୍ଧାଙ୍କ ଦୁଃଖ କହିଲେ ନସରେ । ଏ ଦୁଃଖ ଏମିତି ସେମିତି ଦୁଃଖ ନୁହେଁ ଆଧାର କାର୍ଡ, ଜେରକ୍ସ, ବ୍ୟାଙ୍କ୍ ପାସ ବୁକ୍ ଜନିତ ଡିଜିଟାଲ ଯନ୍ତ୍ରଣାରେ ତାଙ୍କ ଭତ୍ତା ପାଇବାର ଆଶା ମଉଳି ଗଲାଣି । ପରିଣତ ବୟସରେ ବ୍ୟାଙ୍କ ଓ ପଞ୍ଚାୟତ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡୁଛି । ଟଙ୍କା କେତେଟା ପାଇଁ ପଞ୍ଚାୟତକୁ ଗଲେ ସେ ବ୍ୟାଙ୍କକୁ ଯିବାକୁ କହୁଛନ୍ତି ବ୍ୟାଙ୍କକୁ ଗଲେ ସେ ପଞ୍ଚାୟତ କଥା କହୁଛନ୍ତି । ପ୍ରକୃତରେ ସେମାନଙ୍କର ସମସ୍ୟା ଦୂର କରିବାକୁ ସରକାରୀ ବାବୁଙ୍କର ତତ୍ପରତା ନାହିଁ । ଟଙ୍କା ୫୦୦ପାଇବାକୁ ହେଲେ ୪ରୁ ୫କିମି କିଏ ଚାଲିବତ କିଏ ୨୦୦ଟଙ୍କା ଅଟୋ ରିକ୍ସା ଭଡ଼ା ଗଣିବ । ବ୍ୟାଙ୍କରୁ ଟଙ୍କା ପାଇବା ଏତେ ସହଜ ନୁହେଁ କେତେବେଳେ ଲିଙ୍କ ଫେଲ୍ ତ କେତେବେଳେ ଏ ଜେରକ୍ସ ସେ ଜେରକ୍ସ ଦେବା କଥାଆଦୌ ପାଠ ପଢ଼ିନଥିବା ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ପାଇବାର ଯନ୍ତ୍ରଣାକୁଆହୁରି ବହୁଗୁଣିତ କରି ଦେଉଛି । ଏପରି ସ୍ଥଳେ ସରକାରୀ ବ୍ୟବସ୍ଥା ପ୍ରତି ପଞ୍ଚାୟତ ବସୀଙ୍କର ବିତୃଷ୍ଣା ଭାବ ଯାତ ହେବା ସହ ତାଙ୍କ ଭତ୍ତା ଟଙ୍କା ହଡପ କରିବା ପାଇଁ ଏହା ସୁପରିକଳ୍ପିତ ଯୋଜନା ବୋଲି ସେମାନଙ୍କର ସନ୍ଦେହ ସୃଷ୍ଟି ହେଉଛି । ଏହି ସମସ୍ୟାର ତ୍ୱରିତ ସମାଧାନ ସହ ଭତ୍ତା ଟଙ୍କା ପାଇବା ପାଇଁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି ।

ରିପୋର୍ଟ- ନୀଳାମ୍ବର ମିଶ୍ରଙ୍କ ।

Leave a Reply

Your email address will not be published. Required fields are marked *