ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ

ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ । ଭୁବନେଶ୍ୱର, ଆଜି ଅଲ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ଓ.ପି.ଟି. ସି.ଏଲ ମୁଖ୍ୟ କାର୍ଯ୍ୟାଳୟ ଗ୍ରୀଡ଼କୋ ଅଫିସ ସମ୍ମୁଖରେ ଏକ ବିଶାଳ ରାଲି, ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଓ.ପି.ଟି.ସି ଏଲ ରେ କାର୍ଯ୍ୟରତ ଥିବା ମାନବ ସମ୍ବଳ ଅଧିକାରୀଙ୍କ ଶ୍ରମିକ ମାରଣ ନୀତି ବିରୋଧରେ, ଶ୍ରମିକ ମାନକୁ ଅବହେଳା କରାଯାଉଥିବା ଅଭିଯୋଗ ଆଣି ମହାସଂଘ ତରଫରୁ ଆନ୍ଦୋଳନ ଡାକରା ଦିଆଯାଇଛି । ତଳ ସ୍ତରରେ କର୍ମଚାରୀ ମାନଙ୍କୁ ପଦନ୍ନୋତି ଦିଆଯାଉନାହିଁ, ସବୁ ପଦବୀ ଗୁଡିକୁ ସହାୟକ ପଦବି ସହ ସମାନ କରି ସ୍ୱଳ୍ପ ଗ୍ରେଡ଼ ପେ ରେ ଦରମା ଦେଉଥିବାରୁ ଏହା ବିରୋଧରେ ଓ.ପି.ଟି.ସି ଏଲ, ଓ.ଚ.ପି.ସି ଓ ଟାଟା ପାୱାର ର ଚାରୋଟି ଯାକ ଡିସ୍କୋମର କର୍ମଚାରୀ ମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ଆସନ୍ତା ସାତ ଦିନ ମଧ୍ୟରେ ଗ୍ରେଡ଼ ପେ ପରିବର୍ତନ ନ କଲେ ଓ ପୂର୍ବରୁ ହୋଇଥିବା କ୍ୟାଡର ରିଷ୍ଟ୍ରାକ୍ଚରିଙ୍ଗ ନ କଲେ ରାଜ୍ୟରେ ସବୁ ଗ୍ରୀଡ଼ ଅଚଳ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅମର ଜୁମର ପ୍ରତାପ ସିଂ. ବିଦ୍ୟୁତ ଶ୍ରମିକ କେବେ ଆନ୍ଦୋଳନ କରନ୍ତି ନାହିଁ, ମାତ୍ର ପାଞ୍ଚ ସହ ଟଙ୍କା ବୃଦ୍ଧି ପାଇଁ ଆନ୍ଦୋଳନ କରୁଛୁ, ମାନବ ସମ୍ବଳ ଅଧିକାରୀମାନେ ଆମ ଦାବି ଶୁଣିବେ ନାହିଁ ବୋଲି କହିବାରୁ ଓ ଅମର ମୁଖ୍ୟ ଦାବି ଆଇ ଟି ଆଇ ପିଲାମାନଙ୍କ ଦରମା ସହ କିରାଣୀ ମାନଙ୍କ ଦରମା ସହ ସମାନ ନ କଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ଓ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ମହାସଂଘ ର ଯୁଗ୍ମ ସଚିବ ପ୍ରିୟବ୍ରତ ନାୟକ ।

Leave a Reply

Your email address will not be published. Required fields are marked *